Latest Odisha News

BREAKING NEWS

Yearly Archives

2024

ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ବିପୁଳ ମାତ୍ରାରେ ରୁପା

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲୀ ଅଞ୍ଚଳରେ ଦେଢ଼ କ୍ୱିଣ୍ଟାଲରୁ ଅଧିକ ରୁପା ଜବତ । ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ଏକ କାର୍ ଭିତରୁ ଗଞ୍ଜେଇ ଖୋଜୁ ଖୋଜୁ ଏହି ରୁପା ଜବତ କରିଛି । ଏହି ରୁପା ଅଳଙ୍କାର ମହାରାଷ୍ଟ୍ରରୁ ଝାଡଖଣ୍ଡକୁ ଯାଉଥିବା ଜଣାପଡ଼ିଛି । ତେବେ ଗଞ୍ଜେଇ ଚାଲାଣ…

ଜୀବନର ସନ୍ଧାନ ପାଇଁ ବୃହସ୍ପତିର ଉପଗ୍ରହ ଅଭିମୁଖେ ‘ୟୁରୋପା କ୍ଲିପର’

ନୂଆଦିଲ୍ଲୀ: ମହାକାଶ ଓ ସୌର ମଣ୍ଡଳ ଗବେଷଣା ନେଇ ଆଉ ଏକ ରୋମାଂଚକର ଖବର । ବୃହସ୍ପତି ଗ୍ରହର ଉପଗ୍ରହ ୟୁରୋପାକୁ ମିଶନ ଲଂଚ୍ କରିଛି ନାସା । ୟୁରୋପା ଅଭିମୁଖେ ଯାତ୍ରାରମ୍ଭ କରିଛି ନାସା ମହାକାଶ ଯାନ । ୟୁରୋପାରେ ରହିଥିବା ବିଶାଳ ମହାସାଗରରେ ଜୀବନର ସନ୍ଧାନ କରିବ ମହାକାଶ ଯାନ ‘ୟୁରୋପା…

କାହିଁକି ଭାରତ ବିରୋଧୀ ଆଭିମୁଖ୍ୟ ନେଉଛନ୍ତି କାନାଡା ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ବଢିବାରେ ଲାଗିଛି କୂଟନୈତିକ ତିକ୍ତତା। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ହାଇକମିଶନରଙ୍କୁ ପଚରାଉଚରା ପାଇଁ କାନାଡା ସରକାରଙ୍କ ଉଦ୍ୟମ ପରେ କଠୋର ହୋଇଛି ଭାରତ । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜର ଭୋଟ୍…

ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେପି

ଭୁବନେଶ୍ୱର: ଆଉ କିଛି ମାସ ପରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ । ଏନେଇ ଭାରତୀୟ ଜନତାପାର୍ଟି (ବିଜେପି) ଯୋଜନା ପ୍ରସ୍ତୁତ କରିଛି । ବିଜେପି ଏଥି ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେପି । ଦିଲ୍ଲୀ ନିର୍ବାଚନ ଇନଚାର୍ଜ ଭାବେ…

ସରି ମମି…ପୁଅର ଶେଷ ଚିଠି

ଭୁବନେଶ୍ବର: ଦୂରେଇ ଗଲେ ପ୍ରେମିକା ! ସହିପାରିଲେନି ବିଚ୍ଛେଦ ! ପ୍ରେମରେ ବିଫଳ ହେବା ପରେ ହାରିଲେ ଜୀବନ । ଦଶହରାରେ ଭୁବନେଶ୍ବରରେ ଯେତେବେଳେ ସବୁଠି ଥିଲା ସେଲିବ୍ରେସନର ମାହୋଲ, ସେତେବେଳେ ଜୀବନର ଶେଷ ନିଷ୍ପତ୍ତି ନେଇ ସାରିଥିଲେ ଇଂଜିନିୟର ରୋନିତ ଜେନା । କିଛି ଦିନ ଧରି ଦୁଶ୍ଚିନ୍ତାରେ…

ବାଜିଲା ନିର୍ବାଚନ ବିଗୁଲ, ମହାରାଷ୍ଟ୍ର-ଝାଡଖଣ୍ଡ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଗୁଲ ବାଜିଛି। ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ଗୋଟିଏ ପର୍ୟ୍ୟାୟରେ ଏବଂ ଝାଡଖଣ୍ଡରେ ଦୁଇଟି ପର୍ୟ୍ୟାୟରେ ହେବ…

ହାତୀ ପଲକୁ ଟ୍ରେନ୍‌ ଧକ୍କା ଦେବା ଘଟଣା: ୨ଟି ହାତୀ ଗୁରୁତର

ରାଉରକେଲା: ହାତୀ ପଲକୁ ଟ୍ରେନ୍‌ ଧକ୍କା ଦେବା ଘଟଣା l ଟ୍ରେନ୍‌ ଧକ୍କାରେ ଆଉ ୨ଟି ହାତୀ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି l ତେବେ ଗୁରୁତର ହାତୀ ଦୁଇଟି ଜଙ୍ଗଲକୁ ଯାଇନପାରି ବନ୍ଧମୁଣ୍ଡାରେ ରହିଛନ୍ତି l ଆହତ ହାତୀ ଦ୍ବୟଙ୍କ ପାଖରେ ପହଞ୍ଚିବାକୁ ବନ ବିଭାଗର ଉଦ୍ୟମ ଜାରି ରହିଛି l…

ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ବନ୍ଧା ହେଲେ ୪ ୱେବ୍ ପୋର୍ଟାଲ୍ ସାମ୍ବାଦିକ

ଭବାନୀପାଟଣା: ଓଡ଼ିଶା ପୋଲିସ ମଙ୍ଗଳବାର ଦିନ କଣ୍ଟାବାଞ୍ଜିରେ ଜଣେ ବ୍ୟବସାୟୀଙ୍କ ଠାରୁ ୨.୫୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଚାରି ଜଣ ଅନଲାଇନ୍ ୱେବ୍ ପୋର୍ଟାଲ୍ ସାମ୍ବାଦିକଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅକ୍ଟୋବର ୨ ତାରିଖ ଦିନ ବ୍ୟବସାୟୀଙ୍କଠାରୁ ଏହି ନଗଦ ଟଙ୍କା ଲୁଟ୍ ହୋଇଥିବା…

୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୩ରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଥମେ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାକୁ ଯାଇ ବହୁ ପ୍ରତୀକ୍ଷିତ ୩ଟି ନୂତନ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା…

ମଦ ମାଫିଆଙ୍କ ଆକ୍ରମଣରେ କନଷ୍ଟେବଳ ଆହତ

ଗଞ୍ଜାମ: ଅବକାରୀ କନଷ୍ଟେବଳଙ୍କୁ ନିର୍ଧୂମ ପିଟିଲେ ମଦ ମାଫିଆ । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ମାଫିଆଙ୍କ ଆକ୍ରମଣରେ ଅବକାରୀ କନଷ୍ଟେବଳ ସବ୍ୟସାଚୀ ମିଶ୍ର ଆହତ ହୋଇଛନ୍ତି । ତାଙ୍କ ଆଖି ପତ୍ତାରେ ଗଭୀର ଆଘାତ ଲାଗିଛି । ଖବର ମୁତାବକ, ଗତକାଲି ଭସାଣି ଉତ୍ସବ ପାଇଁ ବ୍ରହ୍ମପୁରରେ…