Latest Odisha News
Yearly Archives

2024

ପ୍ରସନ୍ନଙ୍କ ବିସ୍ଫୋରକ ବୟାନ, କହିଲେ ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଛି

ଭୁବନେଶ୍ୱର: ଅମର ଶତପଥୀଙ୍କ ପରେ ବିସ୍ଫୋରକ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ l କହିଲେ ମୋର ବିଜେଡି ଛାଡିବାର ମୁଖ୍ୟ କାରଣ ପାଣ୍ଡିଆନ l ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଛି l ଯେତେ ପର୍ଯ୍ୟନ୍ତ ଦଳରେ ପାଣ୍ଡିଆନ ଥିବେ, ସେ ପର୍ଯ୍ୟନ୍ତ ବିଜେଡି ଆସିବନି l ପାଣ୍ଡିଆନଙ୍କ ପାଇଁ…

୯ ବର୍ଷ ପରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ପାକିସ୍ତାନ ଗସ୍ତ, ୨୪ ଘଣ୍ଟିଆ ଗସ୍ତକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ପୂର୍ବରୁ ଇସଲାମାବାଦରେ ହୋଇଥିବା ବିରୋଧ ପାକିସ୍ତାନର ଶହବାଜ ସରକାରଙ୍କ ନିଦ ଉଡାଇ ଦେଇଥିଲା। ଏପରିକି ମୁଖ୍ୟ ବିରୋଧୀ ଦଳର ଶତାଧିକ ସମର୍ଥକଙ୍କୁ ଗିରଫ କରାଯାଇଥିଲା। ତେବେ ମଙ୍ଗଳବାର ଏଠାରେ ସରକାରଙ୍କ ପାଇଁ ଏକପ୍ରକାର ଆଶ୍ୱସ୍ତି…

ବିଜେପି ହାତର କାଠ କଣ୍ଢେଇ ନିର୍ବାଚନ ଆୟୋଗ, ପୂର୍ବରୁ ଜାଣିଥିଲା ସବୁକିଛି: ଝାଡଖଣ୍ଡ ସିଏମ୍

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଘୋଷଣା ହେବାକୁ ଯାଉଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ । ତେବେ ଏହାକୁ ନେଇ ଏବେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନିର୍ବାଚନ ଆୟୋଗକୁ ଟାର୍ଗେଟ କରିଛି। ଏହାସହ ବିଜେପି ଉପରେ…

ଓଭରଟେକ୍ ପାଇଁ ପିଟିପିଟି ମାରିଦେଲେ, ପୁଅକୁ ବଞ୍ଚାଇବା ପାଇଁ ଉପରେ ଶୋଇପଡ଼ିଲେ ମା’

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ପୁଣିଥରେ ଚର୍ଚ୍ଚାରେ। ଦୁଇ ଦିନ ପୂର୍ବେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ସୋମବାର ରାଜଧାନୀର ଦିଣ୍ଡୋସିରେ ଜଣେ ଯୁବକଙ୍କୁ ପିଟିପିଟି ମାରି ଦେଇଛନ୍ତି। ଏହି ହତ୍ୟାକାଣ୍ଡର ଭିଡିଓ ମଧ୍ୟ ଭାଇରାଲ ହେବାରେ…

ଏନପିପିଏର ଅନୁମୋଦନ, ଗୁରୁତ୍ୱପୂର୍ଣ୍ଣ ଔଷଧ ମୂଲ୍ୟରେ ୫୦% ବୃଦ୍ଧି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଡ୍ରଗ୍ ମୂଲ୍ୟ ପ୍ରାଧିକରଣ ୮ଟି ଔଷଧର ୧୧ ଟି ଫର୍ମୁଲେଶନର ସର୍ବାଧିକ ମୂଲ୍ୟରେ ୫୦ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରିଛି। ଏହି ଔଷଧ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଏପରି ନିଷ୍ପତ୍ତି ନିଆଯାଇଛି। ଯଦିଓ ଔଷଧ ଉତ୍ପାଦନକାରୀଙ୍କଠାରୁ ଏଥିରେ ସଂଶୋଧନ ପାଇଁ ଦାବି ଥିଲା,…

ଆଇସିଜିର ନୂତନ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ପରମେଶ ଶିବମଣି

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ର 26ତମ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କଲେ ପରମେଶ ଶିବମଣି l 35 ବର୍ଷରୁ ଉର୍ଦ୍ଧ କ୍ୟାରିଅର୍ ଭିତରେ ସେ ଉପକୂଳ ଏବଂ ସାମୁଦ୍ରିକ କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି l ମହାନିର୍ଦ୍ଦେଶକ ପରମେଶ ଶିବମଣି…

କଳା କି ନାଲି ନୁହେଁ, ପ୍ରଥମେ ଏହି ରଙ୍ଗର ବିକ୍ରି ହେଉଥିଲା କୋକାକୋଲା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରନ୍ତି। ଗ୍ରୀଷ୍ମ ଋତୁ ହେଉ କି ଅନ୍ୟ କେଉଁ ଋତୁ ଏହି ମୃଦୁ ପାନୀୟ ସବୁବେଳେ ଲୋକଙ୍କ ପସନ୍ଦ । ଏହା ଆମକୁ ତୁରନ୍ତ ଶୀତଳତାର ଅନୁଭବ ଦେଇଥାଏ ଏବଂ ଏହାର ସ୍ୱାଦ ମଧ୍ୟ ଭଲ। ସେଥିମଧ୍ୟରୁ କୋକାକୋଲା ହେଉଛି ଏପରି ଏକ ବ୍ରାଣ୍ଡ ଯାହାକୁ…

ଯାତ୍ରୀଙ୍କ ପାଇଁ କ୍ୟାବ ଡ୍ରାଇଭରଙ୍କ ନିୟମ, ଭାଇ ଡାକ ନାହିଁ… 

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ପାଇଁ କ୍ୟାବ ଡ୍ରାଇଭରଙ୍କ ୬ଟି ନିୟମ ଇଣ୍ଟରନେଟରେ ଭାଇରାଲ ହେଉଛି। ତେବେ ଏହାର ଆବଶ୍ୟକତା କ’ଣ ବୋଲି ୟୁଜର୍ସ ତର୍କବିତର୍କରେ ଲାଗିଛନ୍ତି। ସେହିପରି ଆଉ କିଛି ୟୁଜର୍ସ ଏଭଳି ନିୟମକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। କିନ୍ତୁ ଏହି କ୍ୟାବ ଡ୍ରାଇଭର ପ୍ରସ୍ତୁତ…

ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ନିବେଶ ଟାଣିବାକୁ କରିବେ ରୋଡ୍ ଶୋ’

ଭୁବନେଶ୍ୱର: ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଏହି ଗସ୍ତ ଅବସରରେ ନିବେଶକଙ୍କୁ ଭେଟି ନିବେଶ ସଂପର୍କରେ ଆଲୋଚନା କରିବେ। ଓଡ଼ିଶାକୁ ଅଧିକ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବା ସହ ନିବେଶ ଟାଣିବାକୁ…

ଆରମ୍ଭ ହୋଇଛି କାର୍ତ୍ତିକ ନୀତି, ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଗତକାଲି ଅର୍ଥାତ ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ । ଏହି ଏକ ମାସ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ହେବା ସହ…