Latest Odisha News

BREAKING NEWS

Yearly Archives

2024

ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ

ପାରାଦୀପ: ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ । ପାରାଦୀପ ମହାନଦୀ ମୁହାଣଣେ ଗୋଟିଏ ବୋଟ୍‌କୁ ଉଦ୍ଧାର କରିବାକୁ ଯିବା ବେଳେ ଆଉ ଏକ ବୋଟ୍ ଫସିଯାଇଥିଲା । ତେବେ ଅଚଳ ବୋଟ୍‌କୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡିଯିବା କାରଣରୁ ଛିଣ୍ଡା ଦଉଡି ପଙ୍ଖାରେ ଲାଗିବାରୁ ଉଦ୍ଧାରକାରୀ ବୋଟ୍…

ଭିଜୁଛି ଓଡିଶା: ପ୍ରବଳ ବର୍ଷା ପାଇଁ ପୁରୀରେ ସବୁ ସ୍କୁଲ ଛୁଟି

ପୁରୀ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଉତ୍ତରରୁ ଦକ୍ଷିଣ ଏବଂ ଉପକୂଳରୁ ପଶ୍ଚିମ ସବୁଠି ବର୍ଷୁଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ପୁରୀର ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି…

ବ୍ୟବସାୟୀଙ୍କ ଠାରୁ ଝାମ୍ପିନେଲେ କେଜିଏ ସୁନା, ୫ କେଜି ରୁପା

ମୋହନା: ବ୍ୟବସାୟୀଙ୍କ ଠାରୁ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ। କେଜିଏ ସୁନା, ୫ କେଜି ରୁପା ଲୁଟ୍ ନେଇ ଥାନାରେ ଅଭିଯୋଗ। ମୋହନା ବଜାରରେ ଥିବା ଜୁଏଲାରୀ ଦୋକାନ ମାଲିକଙ୍କ ଠାରୁ ଲୁଟ୍ ହୋଇଛି। ଦୋକାନ ତାଲା ପକାଇବା ବେଳେ ଝାମ୍ପି ନେଲେ ଅଳଙ୍କାର ବ୍ୟାଗ୍। ଦୋକାନ ବନ୍ଦ କରି ଘରକୁ ଯିବା…

ଲଘୁଚାପ ପ୍ରଭାବ: ଟ୍ୱିନ୍ ସିଟିରେ କାଚୁଛି, ରାଜ୍ୟରେ ବିଭିନ୍ନ ସ୍ଥାନରେ ବି ତ୍ରାହି ନାହିଁ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଛେଚୁଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ। ଦ୍ୱେତ ନଗରୀ କଟକ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଲଘୁଚାପର ପ୍ରଭାବ ଦେଖିବାକୁ ମିଳିଛି। ତେବେ…

ଦାବି ଶୁଣିଲେନି ସରକାର, ଜିଦ୍‌ରେ ଅଟଳ ନର୍ସ: କାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ଭୁବନେଶ୍ୱର: ରାଜ୍ୟ ସରକାର-ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ। ଦୃଢ ପ୍ରତିଶୃତି ନମିଳିବାରୁ ରାଜ୍ୟରେ ନର୍ସିଂ ଆନ୍ଦୋଳନ ଜାରି ରହିଛି। ଆଜି କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ହେବେ ନର୍ସ। ଆସନ୍ତାକାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି କର୍ମଚାରୀ ସଂଘ।…

ଲଗାଣ ବର୍ଷାରେ ଫୁଲୁଛି ଜଳକା, ବନ୍ୟା ଆଶଙ୍କାରେ ଆତଙ୍କିତ ଲୋକେ

ବାଲେଶ୍ୱର: ଲଗାଣ ବର୍ଷାରେ ବଢୁଛି ଜଳକା ନଦୀର ଜଳସ୍ତର। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀଠାରେ ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟରରେ ପ୍ରବାହିତ ହେଉଛି । ବିଭିନ୍ନ…

ଶୀତ ଆସିବା ପୂର୍ବରୁ ବିଷ ବାୟୁରେ ଅଣନିଶ୍ୱାସୀ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ଆସିନି ଶୀତ ଋତୁ, ହେଲେ ଆରମ୍ଭ ହେଲାଣି ବାୟୁ ପ୍ରଦୂଷଣ। ଦିଲ୍ଲୀର ଅବସ୍ଥା ବେହାଲ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ଖରାପ ହୋଇଛି। ଏୟାର କ୍ବାଲିଟି ଇଣ୍ଡେକ୍ସ ୩୦୦ ଉପରକୁ ଯାଇଥିବା ବେଳେ ବାୟୁର ମାନ ‘ଅତି ଖରାପ’ ସ୍ତରକୁ ଚାଲିଯାଇଛି। ଏବେଠାରୁ ବିଷ…

ଚୋରା ଚାଲାଣ ବେଳେ ୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ: ଥମୁନି ଗଞ୍ଜେଇ ଚୋରା ଚାଲାଣ। ଏଥର କୌଣସି ଚାରି ଚକିଆ ଗାଡିରେ ନୁହେଁ ବରଂ ଏକ ବାଇକ ଯୋଗେ ହେଉଥିଲା ଗଞ୍ଜେଇ ଚାଲାଣ। ଆଉ ଏହାର ଖବର ପାଇ ମାଡି ବସିଲା ପୋଲିସ। ଏଭଳି ଘଟଣା ଘଟିଛି କୋରାପୁଟର ଲମତାପୁଟ ବ୍ଲକରେ। ସୂଚନା ଅନୁସାରେ ଲମତାପୁଟରେ ଅନେକ ସମୟରେ ଗାଡି ଗୁଡିକୁ ଅଟକାଇ…

ଉପମୁଖ୍ୟମନ୍ତ୍ରୀଙ୍କ ଭ୍ୟାନ୍ ଧକ୍କାରେ ଦୁଇ ଛାତ୍ରଛାତ୍ରୀ ଆହତ

ପୁରୀ: ପୁରୀ ଜିଲ୍ଲା ଗୋପ ମହାଜନ ସାହି ନିକଟରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ସୋରିସିଆପଦା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍ ଧକ୍କାରେ ଦୁଇଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ପ୍ରଭାତୀ ପରିଡା ତାଙ୍କ…

ସତର୍କ ରୁହନ୍ତୁ ! ପ୍ରବଳ ବର୍ଷା ଓ ବିଜୁଳି, ଘଡ଼ଘଡି ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଦୁର୍ବଳ ହୋଇଛି ଲଘୁଚାପ। ଏହା ଘୂର୍ଣ୍ଣିବଳୟ ଭାବେ ଛତିଶଗଡ ଉପରେ ରହିଛି। ତଥାପି ଏହାର ପ୍ରଭାବରେ ଆସନ୍ତାକାଲି ଯାଏ ବର୍ଷା ରହିବ। ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ରହିବ। ଝଡତୋଫାନ ମଧ୍ୟ ବୋହିବ। ଏନେଇ…