Latest Odisha News

BREAKING NEWS

Yearly Archives

2024

ଆର.ଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ସଦସ୍ୟତା ରଦ୍ଦ

କୋଲକାତା: ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡ. ସନ୍ଦୀପ ଘୋଷଙ୍କ ସଦସ୍ୟତାକୁ ବୁଧବାର ଦିନ ରଦ୍ଦ କରିଛି ଆଇଏମଏ। ଆଇଏମଏ ଅନୁଯାୟୀ, ସନ୍ଦୀପ ଘୋଷଙ୍କୁ ତୁରନ୍ତ ଭାରତୀୟ ମେଡିକାଲ ଆସୋସିଏସନର ସଦସ୍ୟତାରୁ ନିଲମ୍ବନ କରିବାକୁ ଅନୁଶାସନ କମିଟି ସର୍ବସମ୍ମତି…

ଆଇସିସିରେ ବିସିସିଆଇର ‘ଜୟ’, ଆଗକୁ ଅନେକ ଆହ୍ୱାନ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡର ସଚିବ ଏବେ ଆଇସିସି ଅଧ୍ୟକ୍ଷ । ବହୁ ବର୍ଷ ପରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ-ଆଇସିସିର ଶୀର୍ଷ ପଦରେ ଅବସ୍ଥାପିତ ହୋଇଛନ୍ତି ଜଣେ ଭାରତୀୟ । ବିସିସିଆଇ ସଚିବ ଜୟ ଶାହ ଏବେ ଆଇସିସିର ନୂଆ ଅଧ୍ୟକ୍ଷ । ଆଇସିସି ଅଧ୍ୟକ୍ଷ ଭାବେ…

ପଶ୍ଚିମ ଓଡିଶାବାସୀଙ୍କୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ନୂଆଖାଇ ଭେଟି, ନୂଆ ରେଳ ଲାଇନକୁ ମଞ୍ଜୁରୀ

ଭୁବନେଶ୍ବର: ପଶ୍ଚିମ ଓଡିଶାବାସୀଙ୍କୁ ନୂଆଖାଇ ଭେଟି ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଓଡିଶାର ତିନୋଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନକୁ ଅନୁମୋଦନ ମିଳିଛି । ଏହା ପଦମପୁର ଦେଇ ଯିବ । ଏହି ରେଳ ଲାଇନରେ ୧୩ଟି…

ଓଡିଶାର ୧୪ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା 

ଭୁବନେଶ୍ୱର: କଟକ, ଭୁବନେଶ୍ୱର ସମେତ ଓଡିଶାର ୧୪ଟି ଜିଲ୍ଲାରେ ଆଜି ସନ୍ଧ୍ଯା ସୁଦ୍ଧା ବର୍ଷା ଓ ବଜ୍ରପାତ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- କଟକ, ଗଞ୍ଜାମ, ପୁରୀ, ବରଗଡ଼, କେନ୍ଦୁଝର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ଖୋର୍ଦ୍ଧା…

ରାଜଧାନୀରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର: ପୁଣି ଜଣେ ନକଲି ଡାକ୍ତର ଗିରଫ । ରାଜଧାନୀ ଭୁବନେଶ୍ୱରରୁ ଆଜି ଜଣେ ନକଲି ଡାକ୍ତର ଗିରଫ ହୋଇଛନ୍ତି । ତାଙ୍କ ନାମ କୁମାର କାଣ୍ଡି । ତାଙ୍କ ନିକଟରୁ ବହୁ ପରିମାଣର ନକଲି ଔଷଧ ଜବତ ହୋଇଛି । କ୍ୟାନ୍ସରରୁ ଆରମ୍ଭ କରି ଓଜନ କମାଇବା, ସୁନ୍ଦର ଦେଖାଯିବା ଓ ଏସିଡିଟି ଆଦି ସମସ୍ୟାକୁ…

ଏନଡିଏକୁ ରାଜ୍ୟସଭା ଟନିକ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପିକୁ ବଡ ଆଶ୍ୱସ୍ତି । ବିଜେପି ନେତୃତ୍ୱାଧିନ ଏନଡିଏକୁ ମିଳିଛି ରାଜ୍ୟସଭାରେ ବହୁମତ । ୯ ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସମସ୍ତ ପ୍ରାର୍ଥୀ । ଏନଡିଏ ୧୧ ଆସନ ହାତେଇଥିବା ବେଳେ କଂଗ୍ରେସ…

ସ୍ଲୋ ପଏଜନ ମାଇକ୍ରୋପ୍ଲାଷ୍ଟିକ 

ନୂଆଦିଲ୍ଲୀ: ପରିବେଶ ଓ ମାନବ ସ୍ୱାସ୍ଥ୍ୟ ପାଇଁ ବିପଦ ସାଜିଛି ହାନିକାରକ ମାଇକ୍ରୋପ୍ଲାଷ୍ଟିକ । ପ୍ରତିଦିନ ଆମ ଅଜାଣତରେ ମାଇକ୍ରୋପ୍ଲାଷ୍ଟିକ ଆମ ଶରୀରରେ ପ୍ରବେଶ କରି ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରେ । ଏକ ନୂଆ ଅଧ୍ୟୟନରୁ ଚମକାଇ ଦେବା ଭଳି ତଥ୍ୟ ସାମନାକୁ ଆସିଛି । ଆମର ନିତିଦିନିଆ…

୭ ଦିନ ମଧ୍ଯରେ ଆସିବ ନୂଆ ଆଇନ, ଅଭିଯୁକ୍ତଙ୍କୁ ମିଳିବ ଫାଶି ଦଣ୍ଡ: ମମତା

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦିନକୁ ଦିନ ବିକ୍ଷୋଭ ଜୋରଦାର ହେବାରେ ଲାଗିଛି। ବିଦ୍ରୋହ ବଢୁଥିବାରୁ ଏହି ଘଟଣାରେ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏପରିକି ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧକୁ…

ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ଜଷ୍ଟିସ ପଶାୟତ

ଭୁବନେଶ୍ୱର: କଳାଧନ ଏସ୍‌ଆଇଟି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟ । ଦୁର୍ନୀତି କମାଇବା ଉଦ୍ଦେଶ୍ୟ, ଦୁର୍ନୀତି କମିଲେ ସମସ୍ତଙ୍କ ଉନ୍ନତି ହେବ ବୋଲି କହିଛନ୍ତି ଜଷ୍ଟିସ ଅରିଜିତ ପଶାୟତ । ଜଷ୍ଟିସ ଅରିଜିତ ପଶାୟତ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ନୀତି ହେଉଥିବା ଜାଣିଲେ…

ଗୁରୁ ପଦ୍ମସମ୍ଭବ ଓଡ଼ିଶାରେ ଜନ୍ମ ବୋଲି ନାଳନ୍ଦାରେ ଦୃଢ଼ ଯୁକ୍ତି ରଖିଲେ ପ୍ରବୀର ପଟ୍ଟନାୟକ

ଭୁବନେଶ୍ବର: ସମଗ୍ର ବିଶ୍ବରେ ଦ୍ବିତୀୟ ବୁଦ୍ଧ ଭାବରେ ସ୍ବୀକୃତି ପାଇଥିବା ଅଷ୍ଟମ ଶତାବ୍ଦୀର ବିଶିଷ୍ଟ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନକୁ ନେଇ ନାଳନ୍ଦାରେ ଦୃଢ଼ ଯୁକ୍ତି ରଖିଛନ୍ତି ଓଡ଼ିଶାର ବିଶିଷ୍ଟ ଗବେଷକ ପ୍ରବୀର ପଟ୍ଟନାୟକ । ହେଲେ ବିଭିନ୍ନ ତଥ୍ୟ ଓ ପ୍ରମାଣ ସହ ଏକ ବ୍ୟାଖ୍ୟାନ ରଖି ସେ…