Latest Odisha News
Yearly Archives

2024

ଖୁବ୍ ଶୀଘ୍ର ଚାଲିବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍, ରହିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଚଳିତବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ୨୦୧୯ ରେ ଆରମ୍ଭ ହୋଇଥିବା ଚେୟାର-କାର୍ ଟ୍ରେନ୍ ପରେ ଏହା ଭାଣ୍ଡେ ଭାରତ ସିରିଜର ତୃତୀୟ ସଂସ୍କରଣ ହେବ । ଗୁଜୁରାଟରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ପ୍ରଥମ…

ବାଚସ୍ପତିଙ୍କୁ ଅସମ୍ମାନ; ନିନ୍ଦା ପ୍ରସ୍ତାବ ପାରିତ କଲା ଶାସକ ଦଳ

ଭୁବନେଶ୍ବର: ଗୃହରେ ଜାରି ରହିଛି ବିରୋଧୀଙ୍କ ହଟ୍ଟଗୋଳ । ପୋଡିୟମ ଉପରକୁ ଚଢିବା ବାଚସ୍ପତିଙ୍କ ମାଇକ ଟାଣିବା ଯେମିତି ନିତିଦିନିଆ କଥା ହୋଇଯାଇଛି । ଆଜିକୁ ୫ ଦିନ ହେଲାଣି ଆରମ୍ଭ ହେଲାଣି ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ହେଲେ ପ୍ରଶ୍ନକାଳ ପରେ ଚାଲିପାରୁନି ଗୃହ ।…

ବନ୍ଧାହେଲେ ଓଏସଆରଟିସି ସିଏଓ, କେରଳ ଯାଏଁ ଲମ୍ପିଥିଲା ସମ୍ପତି

ଭୁବନେଶ୍ବର: ବନ୍ଧାହେଲେ ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସିଏଓ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଶୁକ୍ରବାର ଓଡିଶା ଭିଜିଲାନ୍ସ ଅଧିକାରୀମାନେ ଓଏସଆରଟିସି ସିଏଓଙ୍କ ଘରେ ଚଢ଼ାଉ କରିଥିଲେ । ଏହି ଚଢାଉରେ ୮ ଜଣ ଡିଏସପି,…

ଏଏସଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଏଏସଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଅତିଶୀଘ୍ର ଏଏସଆଇ ପକ୍ଷରୁ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ କରି ମରାମତି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଏହା ସହ ଉନ୍ନତମାନର ଯଥା ଆଇଆଇଟି…

କେଉଁ କାରଣ ପାଇଁ ମହାନଦୀକୁ ଡେଇଁପଡ଼ିଲେ ଛାତ୍ରୀ?

ସମ୍ବଲପୁର: ମହାନଦୀକୁ ଡେଇଁପଡ଼ିଲେ ହାଇସ୍କୁଲ ଛାତ୍ରୀ । ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁପଡ଼ିଲେ ଜଣେ ନବମ ଶ୍ରେଣୀ ଛାତ୍ରୀ । ବ୍ରିଜ ଉପରେ ସାଇକେଲ ରଖି ଛାତ୍ରୀଜଣଙ୍କ ଡେଇଁପଡିଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ । ଖବର ମୁତାବକ, ଛାତ୍ରୀ…

ଏଥର ଶ୍ରୀମନ୍ଦିରରେ ବନକ ଲାଗି ନୀତି ନୁହଁ, କେଉଁ କାରଣ ପାଇଁ ଆଜି ୪ ଘଣ୍ଟା ଦର୍ଶନ ବନ୍ଦ?

ପୁରୀ: ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅର୍ଥାତ ରେଖାପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା । ଏନେଇ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପରମ୍ପରା…

ନିର୍ମାଣ କାର୍ଯ୍ୟର ପ୍ରମୁଖ ଆହ୍ୱାନ, ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଟନେଲ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ପୂର୍ବତଟ ରେଳପଥ ବିଶେଷ କରି ଟନେଲ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହେଉଛି । ଏହା ସତ୍ତ୍ବେ ଭାରତୀୟ ରେଳରେ ଏକ ପ୍ରମୁଖ ଭିତ୍ତିଭୂମି ନିର୍ମାଣ ପଦକ୍ଷେପ ନେଇ ଉଲ୍ଲେଖନୀୟ ବେଗରେ ଅଗ୍ରଗତି…

କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ତୁରନ୍ତ କରାଯିବ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଲାଗୁ ହୋଇଥିବା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ତୁରନ୍ତ କରାଯିବ । ଏନେଇ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ…

ସାଂସଦ ଭାବେ ନବାଗତ, ପରଦାରେ କିନ୍ତୁ ଅଭିଜ୍ଞ; ଏହି ଲୁକକୁ ଗ୍ରହଣ କରିବେ ତ ଜନତା?

ମୁମ୍ବାଇ: କଙ୍ଗନା ରାଣାୱତଙ୍କର ଆଗାମୀ ଫିଲ୍ମ 'ଏମରଜନ୍ସି' ସେପ୍ଟେମ୍ବର ୬ରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ପ୍ରମୋସନ ଆରମ୍ଭ ହୋଇଛି ଏବଂ କଙ୍ଗନା ମଧ୍ୟ ପ୍ରମୋଶନର ଏକ ଅଂଶ ହୋଇଛନ୍ତି । ବର୍ତ୍ତମାନ ଫିଲ୍ମର ପ୍ରମୋସନ ସମୟରେ, କଙ୍ଗନାଙ୍କର ବହୁତ ଭଲ ଲୁକ୍ ସାମ୍ନାକୁ ଆସିଛି ଯାହାକୁ…

ନକଲି ନକ୍ସଲ ଗିରଫ, ମୋବାଇଲ ଓ ଏଟିଏମ୍ କାର୍ଡ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନକଲି ନକ୍ସଲକୁ ବାନ୍ଧିଲା ପୋଲିସ । ନକ୍ସଲ ପରିଚୟ ଦେଇ ଜିଲ୍ଲାର ବହୁ ଦୋକାନୀଙ୍କୁ ଫୋନ୍ କରି ଧମକ ଦେଇ ଟଙ୍କା ମାଗୁଥିଲା ଟଙ୍କା । ଆଉ ଟଙ୍କା ନଦେଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଉଥିଲା । ଏଭଳି ଖବର ସାମ୍ନାକୁ ଆସିବା ପରେ ଆଜି ନ୍ତୋଷ କୁମାର…