Latest Odisha News

BREAKING NEWS

Yearly Archives

2024

ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ହେଲେ ବିଭୁ ପ୍ରସାଦ ତ୍ରପିାଠୀ

ମାଲକାନଗିରି: ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ଭାବେ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି । ମାଲକାନଗିରିରେ ଆୟୋଜିତ ସଂଘର ୫୩ ତମ ବାର୍ଷିକ ଅଧିବେଶନରେ ରାଜ୍ୟର ପ୍ରତିଷ୍ଠିତ ଆଇନଜୀବୀ ତଥା ରାଜ୍ୟ ବାର୍ କାଉନସିଲର ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠୀ ଓ ରାଇରଙ୍ଗପୁର…

ପ୍ରବାସୀ ଭାରତୀୟ ଦିବସରେ ଗଡିବ ଡବଲ ଡେକର ବସ୍

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼ିବ ଡବଲ ଡେକର୍ ବସ୍। ୨ଟି ଇଲେକ୍ଟ୍ରିକ ଡବଲ ଡେକର ବସ୍ ମୁମ୍ୱାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଲାଣି। ଏନେଇ କ୍ରୁଟ୍ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସୂଚନା ଦିଆଯାଇଛି। କ୍ରୁଟ୍ ପକ୍ଷରୁ ବସର ଫଟୋ ମଧ୍ଯ ଶେୟାର…

କୋହଲି, ରୋହିତଙ୍କୁ ନେଇ ଚର୍ଚ୍ଚାରେ ଶାସ୍ତ୍ରୀଙ୍କ ବୟାନ

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫି ଅବସରରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଏହି ଦୁଇ ମହାନ ଖେଳାଳିଙ୍କ ଫର୍ମକୁ ନେଇ ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କ ବୟାନ ଚର୍ଚ୍ଚାର କାରଣ ସାଜିଛି । ସେ କହିଛନ୍ତି ବିରାଟ ଆଉ…

ହ୍ରିତିକଙ୍କ ଜନ୍ମଦିନରେ ପୁଣି ରିଲିଜ ହେବ ‘କହୋ ନା ପ୍ୟାର ହୈ’

ମୁମ୍ବାଇ: ୨୦୨୫ର ପ୍ରଥମ ମାସ ତଥା ଜାନୁୟାରୀରେ ହ୍ରିତିକ ରୋଶନଙ୍କ ପ୍ରଥମ ଚଳଚ୍ଚିତ୍ର 'କହୋ ନା ପ୍ୟାର ହୈ'କୁ ୨୫ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ପ୍ରେକ୍ଷାଳୟରେ ପୁଣି ଥରେ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଖବର ଅନୁଯାୟୀ, ଜାନୁଆରୀ ୧୪, ୨୦୦୦ ମସିହାରେ ଏହି ଫିଲ୍ମ ମୁକ୍ତିଲାଭ…

ମେଲବୋର୍ଣ୍ଣରେ ହାରିବା ନେଇ ଆମେ ମାନସିକ ଚାପଗ୍ରସ୍ତ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆ ନିକଟରୁ ୪ର୍ଥ ଟେଷ୍ଟରେ ପରାଜିତ ହେବା ପରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ବ୍ୟସ୍ତ ହୋଇ ପଡିଛନ୍ତି । ସେ କହିଛନ୍ତି ଏହି ପରାଜୟ ଆମକୁ ମାନସିକ ଚାପଗ୍ରସ୍ତ କରାଇଛି । ଆମେ ଦୁଃଖୀତ । ତୁମେ ଯାହା ଚାହୁଁଥିବ ତାହା କରି ନ ପାରିଲେ ହତାଶ ହେବା…

ବିଦ୍ୟୁତ ତାର ପଡିବାରୁ ଜଳି ଗଲେ ବାପା, ଝିଅ ଓ ଭାଣିଜୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସୋନବର୍ସା-ସର୍ଦ୍ଦାରନଗର ସ୍ଥିତ ବିଷ୍ଣୁପୁର ଖର୍ଡ ଗ୍ରାମ ନିକଟରେ ଏକ ବାଇକରେ ଯାଉଥିବା ବେଳେ ବାପା, ଝିଅ ଏବଂ ଭାଣିଜୀଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ହାଇଭୋଲଟେଜ ବିଦ୍ୟୁତ ତାର ଉପରେ ମାଙ୍କଡ ଡେଇଁବା କାରଣରୁ ତାରଟି ଛିଡି ଯାଇଥିଲା। ବିଷ୍ଣୁପୁର…

ପୁଣି ଗର୍ଜିଲେ ଚାଷୀ, ପୂରା ପଞ୍ଜାବରେ ଯାତାୟତ ଠପ୍

ନୂଆଦିଲ୍ଲୀ : ପଞ୍ଜାବ ବନ୍ଦ କରିଦେଲେ ଚାଷୀ । କେନ୍ଦ୍ର ସରକାର ସେମାନଙ୍କ ଦାବି ପ୍ରତି ଧ୍ୟାନ ଦେଉ ନଥିବା ପ୍ରତିବାଦରେ ପୂରା ପଞ୍ଜାବରେ ସେମାନେ ବନ୍ଦ ପାଳନ କରିଛନ୍ତି । ଚାଷୀମାନେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ପାଳନ କରିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନରେ ଏହି…

ଓଡିଶା ଫେରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର: ଆଜି ଓଡିଶା ଫେରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କାରଣରୁ ତାଙ୍କର ନୋଏଡାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ସେ ସୁସ୍ଥ ହୋଇ ଆଜି ଓଡ଼ିଶା ଫେରିଥିବା ସୂଚନା ରହିଛି । ସାଂସଦ ପ୍ରତାପ ଷଡ଼ଙ୍ଗୀ…

ବିପାଶା ଏବଂ କରଣଙ୍କ ପାଇଁ ଫିଲ୍ମ ପ୍ରଡକ୍ସନ ଛାଡିଲି: ମିକା ସିଂ

ମୁମ୍ବାଇ: ମିକା ସିଂ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଗାୟକ ହେବା ସହ ଫିଲ୍ମ ପ୍ରଡ୍ୟୁସର ମଧ୍ଯ ଅଟନ୍ତି। ମିକା ସିଂ, ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭରଙ୍କ ସହିତ କାମ କରିବାର ଅନୁଭୂତି ବିଷୟରେ ଏକ ପୋଡକାଷ୍ଟରେ ସେୟାର କରି କହିଛନ୍ତି ଯେ ଏହି ଦମ୍ପତିଙ୍କ ସହ ଫିଲ୍ମ ନିର୍ମାଣ କରିବା କୌଣସି…

ଶିମିଳିପାଳରେ ୧୩ ଶିକାରୀଙ୍କୁ ଧରିଲା ଏଆଇ

ମୟୂରଭଞ୍ଜ: ବନ ବିଭାଗର କାମକୁ ସହଜ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) । ଶିମିଳିପାଳ ଅଭୟାରଣ୍ୟରେ ୧୩ ଶିକାରୀଙ୍କୁ ଧରାଇଦେଲା ଏଆଇ । ଏଆଇର ତଥ୍ୟ ଆଧାରରେ ବନ ବିଭାଗ ୧୩ ଜଣ ଶିକାରୀଙ୍କୁ ଗିରଫ କରିବାପରେ ସଫଳ ହୋଇଛି । ସମସ୍ତ ଅଭିଯୁକ୍ତ କରଞ୍ଜିଆ ଥାନା ଅଧୀନର ବୋଲି ଜଣା ପଡିଛି ।…