Latest Odisha News

BREAKING NEWS

Yearly Archives

2024

ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ପ୍ରଥମେ ଭିତର ଓ ପରେ ହେବ ବାହାର ଭଣ୍ଡାର ମରାମତି କାମ କରାଯିବ । ପ୍ରଥମେ ଭାରା ବନ୍ଧା ହୋଇ ସଂପୂର୍ଣ୍ଣ କାନ୍ଥର ପ୍ଲାଷ୍ଟର ଛଡ଼ାଯିବ । ଶ୍ରୀଜୀଉଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ଦିନ ପ୍ରାୟ ୧୨ଟା ୩୦ରେ ମନ୍ଦିର ପ୍ରଶାସନ ପକ୍ଷରୁ…

ଜାଡରେ ଥରୁଛି ଓଡିଶା, ଆହୁରି ୨୪ ଘଣ୍ଟା ଶୀତ ଲହରୀ

ଭୁବନେଶ୍ଵର: ଜାଡରେ ଥରୁଛି ସାରା ଓଡ଼ିଶା। ଜଙ୍ଗଲ ପାହାଡ଼ ଘେରା ଅନେକ ଅଞ୍ଚଳରେ ଦେଖିବାକୁ ମିଳିଛି ତୁଷାରପାତ । ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଆହୁରି ୨୪ ଘଣ୍ଟା ଯାଏଁ ଏଭଳି ଶୀତ ଲହରୀ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଆଜି ଲୋକସଭାରେ ଆସିପାରେ ଏକକ ନିର୍ବାଚନ ବିଲ୍

ନୂଆଦିଲ୍ଲୀ: ଦୀର୍ଘ ସମୟ ପ୍ରତିକ୍ଷା ପରେ ଆଜି ଲୋକସଭାରେ ଆଗତ ହେବ ୱାନ ନେସନ ୱାନ ଇଲେକ୍ସନ ବିଲ୍ । ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଏହି ବିଲ୍ ଉପସ୍ଥାପନ କରିବେ। ବିଜେପି ମଧ୍ୟ ତା’ର ସାଂସଦମାନଙ୍କ ପାଇଁ ହ୍ଵିପ ଜାରି କରିଛି। ସେପଟେ ସରକାରଙ୍କ ଏହି ବିଲକୁ…

ସାଧାରଣତନ୍ତ୍ର ଦିବସରେ ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼, ପ୍ରଦର୍ଶିତ ହେବ ରାଜ୍ୟର ଐତିହ୍ୟ ଓ ବିକାଶ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ବର ସ୍ଥିତ ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼ । ଏଥିରେ ରାଜ୍ୟର ଐତିହ୍ୟ ପରମ୍ପରା, ଅସ୍ମିତା ଏବଂ ବିକାଶକୁ ନେଇ ଏହି ପ୍ରଜ୍ଞାପନ ମେଢ଼ ଗୁଡ଼ିକ ପ୍ରଦଶିର୍ତ ହେବ । ପ୍ୟାରେଡ୍ ପ୍ରଦର୍ଶନ ସହ ପ୍ରଜ୍ଞାପନ ମେଢ଼ ଉକ୍ତ ଉତ୍ସବର…

ସଲମାନଙ୍କ ଜନ୍ମଦିନରେ ରିଲିଜ ହେବ ‘ସିକନ୍ଦର’ର ଟିଜର୍

ମୁମ୍ବାଇ: ଫ୍ୟାନ୍ସଙ୍କ ଅପେକ୍ଷାର ଘଟିଲା ଅନ୍ତ ସଲମାନଙ୍କ ଜନ୍ମଦିନରେ ରିଲିଜ ହେବ ‘ସିକନ୍ଦର’ ର ଟିଜର । ଏନେଇ ଆଜି ଫିଲ୍ମର ତାରିଖ ଘୋଷଣା କରିଛନ୍ତି ସାଜିଦ ନାଦିଆଦୱାଲା । ସଲମାନ ଖାନ ଷ୍ଟାରର୍ ଏହି ଅପକମିଙ୍ଗ୍ ମେଗା ପ୍ରୋଜେକ୍ଟ ଘୋଷଣା ହେବା ପରଠାରୁ ଚର୍ଚ୍ଚାରେ ରହିଛି । ସିକନ୍ଦରରେ…

ସୋଆ ନର୍ସିଂ କନ୍‌କ୍ଲେଭ୍‌-୨୦୨୪: ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଭୁବନେଶ୍ୱର: ଶିକ୍ଷା  ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ନର୍ସିଂ ବିଭାଗ ପକ୍ଷରୁ ରବିବାର ସୋଆ ନର୍ସିଂ କନ୍‌କ୍ଲେଭ୍‌-୨୦୨୪ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ତିନୋଟି ପ୍ରମୁଖ ସ୍ତମ୍ଭ ରହିଛି । ଗୋଟିଏ ସ୍ତମ୍ଭ…

ଭାରତରେ ଆଉ କନସର୍ଟ କରିବିନି; କାହିଁକି ଏଭଳି କହିଲେ ଦିଲଜିତ୍

ନୂଆଦିଲ୍ଲୀ: ଲୋକପ୍ରିୟ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ଦିଲ-ଲୁମିନିଟି ସଂଗୀତ କନସର୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତା ଦିଲଜିତ ଦୋସାଞ୍ଜ ଚଣ୍ଡିଗଡ଼ରେ ଏକ କନ୍ସର୍ଟ କରିଥିଲେ। ଏହି କନ୍ସର୍ଟ ସମୟରେ ଗାୟକ ମୌଳିକ ଭିତ୍ତିଭୂମି ବିଷୟରେ ଆଲୋଚନା କରି କହିଛନ୍ତି ଯେ,…

ଯାଞ୍ଚ ବେଳେ କନଷ୍ଟେବଳଙ୍କ ଉପରେ ଟ୍ରକ୍‌ ଚଢାଇଦେଲା ଡ୍ରାଇଭର

ଗୌହାଟି: ଆସାମର ଶ୍ରୀଭୂମି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଟ୍ରକ୍‌ ରେ ଡ୍ରଗ୍ସ ଚାଲାଣ ହେଉଥିବା ବେଳେ ଏହାକୁ ରୋକିବାକୁ ଉଦ୍ୟମ କରିଥିବା କନେଷ୍ଟବଳଙ୍କ ଉପରେ ଡ୍ରାଇଭର ଟ୍ରକ୍ ଚଢାଇଦେବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ତ କନଷ୍ଟେବଳଜଣକ ହେଲେ ଉଜ୍ଜ୍ୱଳ ବୋରା । ଖବର…

ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଭାରତ କିପରି କରିବ ପ୍ରବେଶ

ଗାବା: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ପୂନର୍ବାର ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି । ଅଷ୍ଟ୍ରେଲିଆର ୪୪୫ ରନ ଜବାବରେ ଭାରତ ୪ ୱିକେଟ ହରାଇ ୫୧ ରନ କରିଛି । ଏବେବି ଫଲୋଅନ ଏଡାଇବାକୁ ଟିମଇଣ୍ଡିଆକୁ ୧୯୫ ରନର ଆବଶ୍ୟକତା ରହିଛି । ହାତରେ ଆଉ ୨ ଦିନ ଖେଳ ବାକିଥିବାରୁ…

ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା । ପ୍ରତି ଥାନାକୁ ଦିଆଯିବ ୯ଟି ଲେଖେଁ ବାଇକ । ୨୦୨୬ ସୁଦ୍ଧା ମାଓ ମୁକ୍ତ ହେବ ଓଡ଼ିଶା । ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦ ପୂରଣ କରାଯିବ। ସେହିପରି ୫ ହଜାର ଗୃହରକ୍ଷୀଙ୍କୁ ନିଯୁକ୍ତି କରାଯିବା ନେଇ ଆଜି ୬୯ତମ ପୋଲିସ…