Latest Odisha News

ନୂଆ ଅବତାରରେ ଆସିଲା MGର ଶସ୍ତା SUV; ଜାଣନ୍ତୁ ପ୍ରାଇସ ଓ ଫିଚର

ଭୁବନେଶ୍ବର: JSW MG Motor ଭାରତରେ ଆଷ୍ଟୋର(Astor)ର ଅପଡେଟ୍ ମଡେଲ ଲଞ୍ଚ କରିଛି । ଆଷ୍ଟୋରର ମୂଲ୍ୟ ୯.୯୯ଲକ୍ଷରୁ ଆରମ୍ଭ ହୋଇ ୧୭.୫୬ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍) ପର୍ଯ୍ୟନ୍ତ ରହିଛି । ଆଷ୍ଟୋରର ଅତ୍ୟାଧୁନିକ ମଡେଲରେ, MY2024 ମଡେଲ ତୁଳନାରେ ସାମାନ୍ୟ ପରିବର୍ତ୍ତନ ଏବଂ ନୂତନ ବ୍ରାଣ୍ଡିଂ କରାଯାଇଛି । ଏହାକୁ “ବ୍ଲକବଷ୍ଟର SUV” ନାମକ ଏକ ନୂତନ ଟ୍ୟାଗଲାଇନ୍ ଦିଆଯାଇଛି ।

ଆଷ୍ଟୋରକୁ ଏକ ନୂଆ ଅପଡେଟ୍ ସାଇନ ଭେରିଏଣ୍ଟ ସହିତ ଲଞ୍ଚ କରାଯାଇଛି, ଯାହା ବର୍ତ୍ତମାନ ଏକ ପାନୋରାମିକ୍ ସନରୁଫ୍ ସହିତ ଆସିଛି । ୧୨.୪୮ ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍) ରେ ଏହାର ମୂଲ୍ୟ ବର୍ତ୍ତମାନ ଏକ ସେଗମେଣ୍ଟରେ ସବୁଠାରୁ ଶସ୍ତା ଏସୟୁଭି ଅଟେ ଯାହା ଏକ ପାନୋରାମିକ୍ ସନରୁଫ ସହିତ ଆସିବ । ଭଲ କଥା ହେଉଛି ବର୍ତ୍ତମାନ ଆପଣ ଏହାର ସମସ୍ତ ମଡେଲରେ ଛଅ ଟି ଏୟାରବ୍ୟାଗ ପାଇବେ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଉପକରଣ ଅଟେ ।

ଏହା ବ୍ୟତୀତ ଆଇଭୋରୀ ଇଣ୍ଟେରିୟର ଥିମ୍ ବର୍ତ୍ତମାନ ସମସ୍ତ ଆଷ୍ଟୋର ମଡେଲରେ ଦେଖିବାକୁ ମିଳିବ । ଇଣ୍ଟିରିୟର ବିଷୟରେ କହିବାକୁ ଗଲେ ଏହା ଓ୍ବାୟରଲେସ୍ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାରପ୍ଲେ କନେକ୍ଟିଭିଟି, ଆଇ-ସ୍ମାର୍ଟ 2.9 ଆଡଭାନ୍ସଡ UI ଏବଂ ପ୍ରଣ୍ଟ ଭେଣ୍ଟିଲେଟେଡ୍ ସିଟ୍ ପାଇବେ।

ଫିଚର ଗୁଡିକ ବିଷୟରେ କହିବାକୁ ଗଲେ, MG Astorରେ ୧୦.୧ଇଞ୍ଚର ଟଚ୍ ସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ସମ୍ପୂର୍ଣ୍ଣ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର,୬ସ୍ପିକର ଅଡିଓ ସିଷ୍ଟମ, ଅଶୀରୁ ଅଧିକ କନେକ୍ଟଡ କାର ଫିଚର, ଅଟୋ ଡିମିଙ୍ଗ IRVM ଏବଂ ଜିଓର ଭଏସ୍ ସ୍ୱୀକୃତି ପ୍ରଣାଳୀ ଭଳି ଫିଚର ପ୍ରଦାନ କରାଯାଇଛି ।

ନୂତନ ଆଷ୍ଟୋରର ସବୁଠାରୁ ବଡ ପରିବର୍ତ୍ତନ ଇଞ୍ଜିନରେ ଦେଖିବାକୁ ମିଳିବ । MG ମୋଟରରେ ଲାଇନ୍ଅପ୍ ରୁ ୧.୩ଲିଟର ଟର୍ବୋ ଚାର୍ଜ ପେଟ୍ରୋଲ୍ ଇଞ୍ଜିନ୍ ଅପସାରଣ କରିଛି । ଆଷ୍ଟୋର ବର୍ତ୍ତମାନ ୧.୫ଲିଟର ନେଚୁରଲି ଏସ୍ପିରେଟେଡ ପେଟ୍ରୋଲ ଇଞ୍ଜିନ୍ ସହିତ ଉପଲବ୍ଧ,ଯାହା 5-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ କିମ୍ବା 8-ସ୍ପିଡ୍ CVT ସ୍ୱୟଂଚାଳିତ ୟୁନିଟ୍ ସହିତ ବ୍ୟବହାର କରାୟାଇ ପାରିବ । ଏହି ଇଞ୍ଜିନ୍ 109 ବିଏଚପି ଏବଂ 144 Nm ପିକ୍ ଟର୍କ ପ୍ରଦାନ କରେ ।

 

 

 

Comments are closed.