ନୂଆଦିଲ୍ଲୀ: ଟିଭିଏସ ମୋଟର କମ୍ପାନୀ ଏହାର ସୁପର ପ୍ରିମିୟମ୍ ମୋଟରସାଇକେଲ୍ ଆପାଚି RR310 ର 2025 ସଂସ୍କରଣ ଲଞ୍ଚ କରିଛି। ନୂତନ ସଂସ୍କରଣର ପ୍ରାରମ୍ଭିକ ଏକ୍ସ-ଶୋ’ରୁମ୍ ମୂଲ୍ୟ ₹୨,୭୭,୯୯୯ ଲକ୍ଷ।
ଏହି ବାଇକ୍ ଏସିଆ ରୋଡ୍ ରେସିଂ ଚାମ୍ପିଅନସିପ୍ (ARRC)ରେ 1:49.742 ସେକେଣ୍ଡ ଲାପ୍ ଟାଇମ ଓ ଘଣ୍ଟା ପ୍ରତି 215.9 କିଲୋମିଟରର ସର୍ବାଧିକ ବେଗ ରକେର୍ଡ କରିଛି । 2017ରେ ପ୍ରଥମ ଥର ଲାଗି Apache RR310 ଲଞ୍ଚ ହୋଇଥିବାବେଳେ ସମୟକ୍ରମେ ନୂଆ ଟେକ୍ନିକ୍ ଓ ପରଫର୍ମାନ୍ସ ସହିତ ଅପଗ୍ରେଡ୍ ହୋଇଛି । 2025 ଏଡିସନ୍ରେ କିଛି ଖାସ୍ ଫିଚର କମ୍ପାନୀ ସାମିଲ କରିଛି ।
ଏହି ବାଇକ୍ ତିନିଟି ଭାରିଏଣ୍ଟରେ ମିଳିବ । ଯାହାର ଟପ୍ ଭାରିଏଣ୍ଟର ଦାମ ୨.୯୯ ଲକ୍ଷ ଟଙ୍କା ରହିଛି । ଏହାବ୍ୟତୀତ BTO (Built To Order) କଷ୍ଟମାଇଜ୍ କରିବା ଲାଗି ଅତିରିକ୍ତ ଭାବେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । BTO ସିଷ୍ଟମ ଜରିଆରେ 3ଟି କଷ୍ଟମାଇଜେସନ ବିକଳ୍ପ ମିଳିଥାଏ । ଏଥିରେ ଡାଇନାମିକ୍ କିଟ୍ର ଦାମ ୧୮,୦୦୦ ଟଙ୍କା, ଡାଇନାମିକ୍ ପ୍ରୋ କିଟ୍ର ଦାମ ୧୬,୦୦୦ ଟଙ୍କା,ରେସ୍ ରେପ୍ଲିକାର ଦାମ ୧୦,୦୦୦ ଟଙ୍କା ରହିଛି ।
୨୦୨୫ ସଂସ୍କରଣ ଆପାଚି RR310ରେ ଏକ 312.2cc ଇଞ୍ଜିନ ଦ୍ୱାରା ପରିଚାଳିତ ଯାହା ସ୍ପୋର୍ଟ ଏବଂ ଟ୍ରାକ୍ ମୋଡରେ 28 kW@9800 ଇଞ୍ଜିନ rpm (38 PS@9800 ଇଞ୍ଜିନ rpm) ପାୱାର ଦିଏ ଏବଂ ସର୍ବାଧିକ 29 Nm@7900 ଇଞ୍ଜିନ rpm ଟର୍କ ଦିଏ। ସେହିପରି, ସହରାଞ୍ଚଳ ଏବଂ ରେନ୍ ମୋଡରେ, ଏହା 22 kW@7600 ଇଞ୍ଜିନ୍ rpm (30 PS@7600 ଇଞ୍ଜିନ୍ rpm) ଶକ୍ତି ଉତ୍ପାଦନ କରେ ଏବଂ 26.5 Nm@6700 ଇଞ୍ଜିନ୍ rpm ର ସର୍ବାଧିକ ଟର୍କ ସୃଷ୍ଟି କରେ।
ଏହି ବାଇକ୍ରେ ଜେନ୍-2 ରେସ୍ କମ୍ପ୍ୟୁଟର ସିଷ୍ଟମ ବ୍ୟବହାର କରାଯାଇଛି ଯାହାକି ମଲ୍ଟି-ଲାଙ୍ଗୁଏଜ ସପୋର୍ଟ ସହିତ ଆସିଛି । ଏଥିରେ ସିକ୍ବେନ୍ସିଆଲ୍ ଟର୍ଣ୍ଣ ସିଗ୍ନାଲ ଲ୍ୟାମ୍ପସ୍ (TSL) ରହିଛି। ଏଥିରେ ନୂଆ 8-ସ୍ପୋକ୍ ଆଲଏ ହ୍ବିଲ ଦେଖିବାକୁ ମିଳୁଛି ଯାହାକି ମଜବୁତ ସହ ଦମଦାର ଲୁକ୍ ପ୍ରଦାନ କରିଥାଏ ।
ବାଇକରେ ୪ଟି ରାଇଡିଂ ମୋଡ୍ Track, Sport, Urban, Rain ମୋଡ୍ ଦିଆଯାଇଛି ଯାହାକୁ ଆପଣ ନିଜ ଆବଶ୍ୟକ ଅନୁସାରେ ବ୍ୟବହାର କରିପାରିବେ । ଏହି ବାଇକର ମାଇଲେଜ୍ ପ୍ରତି ଲିଟର ପିଛା 34 କିଲୋମିଟର ରହିଛି ।
Comments are closed.