Latest Odisha News

BREAKING NEWS

Yearly Archives

2025

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମା’ତାରିଣୀଙ୍କ ପୀଠ ଗସ୍ତ; ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ପ୍ରକଳ୍ପର କରିବେ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ନିଜ ଜିଲ୍ଲା କେଉଁଝର ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କେବଳ ନିଜ ଜିଲ୍ଲା ଗସ୍ତ ନୁହେଁ; ଜିଲ୍ଲାର ମୂଳ ସାଂସ୍କୃତିକ ପରିଚୟ ମା' ତାରିଣୀ ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ନୂଆ ଯୋଜନା ନେଇ ଯାଉଛନ୍ତି ମୁଖ୍ୟମନ୍ତ୍ରୀ।…

ଭାରତ ଆଣୁଛି ବିଶ୍ଵର ସ୍ମାର୍ଟ ଗନ୍? ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ: ଭାରତୀୟ ସେନାର ଯୁଦ୍ଧକ୍ଷମତାକୁ ଆଉ ଏକ ସୋପାନ ଉପରକୁ ନେବାକୁ ଦେଶ ବିଶ୍ୱର ପ୍ରଥମ ପୂର୍ଣ୍ଣ କମ୍ପ୍ୟୁଟରୀକୃତ ରାଇଫଲ୍ ପ୍ରଯୁକ୍ତି ଗ୍ରହଣ କରିବାର ଦିଗରେ ବଡ଼ ପଦକ୍ଷେପ ନେଇଛି। ଇଜ୍ରାଏଲର ପ୍ରମୁଖ ହତିଆର ନିର୍ମାତା କମ୍ପାନୀ Israel Weapon Industries (IWI) ସହ ଭାରତୀୟ…

Health Ministry: ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ରୋଗ ବୃଦ୍ଧି ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଲା ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ: ଦେଶରେ ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ମାନସିକ ଚାପ ଏବଂ ମାନସିକ ରୋଗର ବୃଦ୍ଧି ସମ୍ପର୍କରେ ସରକାର ସଂସଦରେ ଚିନ୍ତା ପ୍ରକାଶ କରିଛନ୍ତି । ଲୋକସଭାରେ ଏକ ଉତ୍ତରରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଜାତୀୟ ମାନସିକ ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ, ୧୩ ରୁ ୧୭ ବର୍ଷ ବୟସର ପ୍ରାୟ…

IndiGo Crisis: ବିମାନ ଭଡା ସ୍ଥିର କଲେ ସରକାର; ବିଭିନ୍ନ ଦୂରତା ପାଇଁ ବିମାନ କମ୍ପାନୀଗୁଡ଼ିକ ନେବେ ଏତିକି…

ନୂଆଦିଲ୍ଲୀ: ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମସ୍ତ ପ୍ରଭାବିତ ରୁଟରେ ନିରପେକ୍ଷ ଏବଂ ଯୁକ୍ତିଯୁକ୍ତ ଭଡା ସୁନିଶ୍ଚିତ କରିବା ପାଇଁ ଏହାର ନିୟାମକ କ୍ଷମତା ବ୍ୟବହାର କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରଭାବିତ ରୁଟ୍…

ଶୀତଦିନରେ କାହିଁକି ଅଧିକ ବିବାହ ହୁଏ? ଗବେଷଣାରୁ ଜାଣନ୍ତୁ ରହସ୍ୟ!

ଭୁବନେଶ୍ୱର: ଭାରତରେ ବିବାହ ଋତୁ କହିଲେ ସମସ୍ତେ ଶୀତକାଳକୁ ମନେ କରନ୍ତି। ନଭେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ରାସ୍ତାଘାଟରେ ବିବାହ ମଣ୍ଡପ, ବାଜାବାଜି ଓ ଆଲୋକମାଳାର ଚମକ୍ ଦେଖିବାକୁ ମିଳେ। କିନ୍ତୁ କାହିଁକି ଶୀତଦିନେ ଅଧିକ ବିବାହ ହୁଏ? ଏହା ପଛରେ କଣ କାରଣ ରହିଛି? ବିଭିନ୍ନ ଗବେଷଣା ଓ…

କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି କ୍ୟାବିନେଟ ବୈଠକ । ବୈଠକରେ ୫ଟି ବିଭାଗର ୬ଟି ପ୍ରସ୍ତାବରେ ବାଜିଛି ମୋହର । ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା( MRBY), ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା ( MBSBY)କୁ ମିଳିଛି…

ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ଭାବରେ ବିକଶିତ ୧୭ଟି ପାଠ୍ୟପୁସ୍ତକର ସମୀକ୍ଷା ଏବଂ ଅନୁମୋଦନ କରାଯାଇଛି । ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ପାଠ୍ୟକ୍ରମ ଏବଂ…

ଲାଞ୍ଚ ନେବାବେଳେ ଗ୍ରାମ ପଞ୍ଚାୟତ ଏଡିଇଓଙ୍କୁ ମାଡି ବସିଲା ଭିଜିଲାନ୍ସ

ବାରିପଦା: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର । ମନରେଗା ଯୋଜନାରେ ଏକ ଫାର୍ମ ପୋଖରୀ ୱାର୍କ କୋଡ଼ ପାଇଁ ନେଉଥିଲେ ଲାଞ୍ଚ ନେବାବେଳେ ମୟୁରଭଞ୍ଜ ବଡ଼ସାହି ତଳପଦା ଗ୍ରାମ ପଞ୍ଚାୟତ ଏଡିଇଓ ହେମନ୍ତ କୁମାର ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଜଣେ…

ଯଶସ୍ୱୀଙ୍କ ଶତକ, ରୋକୋଙ୍କ କମାଲ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ସିରିଜ ବିଜୟୀ

ଭାଇଜାଗ: ଯଶସ୍ୱୀ ଜୈସୱାଲଙ୍କ ଶତକ ଏବଂ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ୨-୧ରେ ସିରିଜ ବିଜୟୀ ହୋଇ ଟେଷ୍ଟ ପରାଜୟର ମଧୂର…

ଆନ୍ତର୍ଜାତୀୟ କ୍ରିକେଟର ୨୦୦୦୦ ରନ କ୍ଲବରେ ରୋହିତ

ଭାଇଜାଗ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ ଅବସରରେ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଆନ୍ତର୍ଜାତୀୟ କ୍ରିକେଟରେ ୨୦୦୦୦ ରନ ପୂର୍ଣ୍ଣ କରିଛନ୍ତି । ଭାରତର ୪ର୍ଥ ଏବଂ ଓଭରାଲ ୧୪ତମ କ୍ରିକେଟର ଭାବେ ଏହି ସଫଳତା ହାସଲ…