Latest Odisha News

BREAKING NEWS

Yearly Archives

2025

‘ରାଜ୍ୟରେ ଘଞ୍ଚ ଜଙ୍ଗଲରେ ଲାଗିଥିବା ନିଆଁକୁ ରୋକୁଛି AI’

ଭୁବନେଶ୍ୱର:ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ। ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇପାରନ୍ତି ଶାସକ ଏବଂ ବିରୋଧୀ । ଗତ ୧୭ ମାସରେ ଜଳିଗଲାଣି ୪ ହଜାର ୬୦୯ ହେକ୍ଟର ଜଙ୍ଗଲ। ଗୃହରେ ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଜୁଲାଇ ୨୦୨୪ରୁ…

ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ, ଧାନ ସଂଗ୍ରହ ପାଇଁ ୫ ଜିଲ୍ଲାକୁ ଦିଆଯାଇଛି ଏତିକି ଟୋକେନ..

ଭୁବନେଶ୍ବର: ମନ୍ତ୍ରୀମାନେ ବିଭିନ୍ନ ମଣ୍ଡି ବୁଲି ସ୍ଥିତି ଅନୁଧ୍ୟାନ କରିବେ । ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଲେଖେଁ ମନ୍ତ୍ରୀଙ୍କୁ ମଣ୍ଡି ଦାୟିତ୍ବ ଦିଆଯାଇଛି । ଧାନ ସଂଗ୍ରହ ସମୟରେ ସମନ୍ବୟ ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି ବୋଲି ଗୃହରେ ଆଜି ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ…

Stray dogs: ନବଜାତ ଶିଶୁକୁ ରାସ୍ତାକଡ଼ରେ ଛାଡ଼ିଗଲେ ବାପା-ମା, ବୁଲା କୁକୁର ଦେଲେ ସୁରକ୍ଷା

ନୂଆଦିଲ୍ଲୀ : ନିଷ୍ଠୁର ହୋଇଗଲେ ନିଜ ବାପା-ମା । ଶୀତ ରାତିରେ ନବଜାତ ଶିଶୁକୁ ରାସ୍ତାକଡ଼ରେ ଫୋପାଡ଼ିଦେଲେ । ଛୁଆଟିର କୁଆଁ କୁଆଁ କାନ୍ଦ ଶୁଣି ଧାଇଁ ଆସିଲେ କିଛି ବୁଲାକୁକୁର । ସରା ରାତି  ଶିଶୁଟିର ପାଖରେ ବସି ଦେଲେ ସୁରକ୍ଷା । କେମିତିକା ବାପା-ମାଆ! ଅଲୋଡ଼ା ହେଲା ନବଜାତ ଶିଶୁ ।…

ପ୍ରଥମ ଥର ପାଇଁ ଦ୍ରୁତ ଗତିରେ ହ୍ରାସ ପାଇଲା ଭାରତୀୟ ମୁଦ୍ରାର ମୂଲ୍ୟ, ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା

ନୂଆଦିଲ୍ଲୀ: ଆଜି (ବୁଧବାର) ଭାରତୀୟ ମୁଦ୍ରା 'ଟଙ୍କା'ର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି। ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦ସ୍ତର ଅତିକ୍ରମ କରିଛି ଟଙ୍କା। ପ୍ରଥମ ଥର ପାଇଁ ଦ୍ରୁତ ଗତିରେ ହ୍ରାସ ପାଇଲା ଭାରତୀୟ ମୁଦ୍ରାର ମୂଲ୍ୟ। ଆମେରିକୀୟ ଡଲାର ତୁଳନାରେ ମୁଦ୍ରା ଆଜି ମଧ୍ୟାହ୍ନ ୧୨…

ଭାରତର ସବୁଠୁ ମହଙ୍ଗା ହୋଟେଲରେ କେତେ ଆସିବ ବିବାହ ଖର୍ଚ୍ଚ ? ଜାଣନ୍ତୁ ଭୋଜିଠୁ ଡେକୋରେସନ ଯାଏ…

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ କପୁଲ୍ ଚାହାନ୍ତି ଯେ ସେମାନଙ୍କର ସେହି ବଡ଼ ଦିନ ଠିକ୍ ବଲିଉଡ୍ ଫିଲ୍ମ ଭଳି ରାଜକୀୟ, ଆଲିଶାନ ଓ ହୃଦୟସ୍ପର୍ଶୀ ହେଉ। ଏହି କାରଣରୁ ୫-ଷ୍ଟାର୍ ହୋଟେଲ, ରାଜପ୍ରାସାଦ ଓ ଲଗ୍‌ଜରି ରିସର୍ଟରେ ବିବାହର ଚାହିଦା କେତେକ ଗୁଣ ବଢ଼ିଯାଇଛି। ତାଜ୍, ଓବେରୟ, ଲୀଲା…

ଫୋନ ହଜିଯାଇଥିଲେ ଗୋଟିଏ ସେକେଣ୍ଟରେ ହେବ ବ୍ଲକ୍ ! Sanchar Saathiର ଏହି ୫ ଫିଚର୍ସ ଚୋର ପାଇଁ ବିପଦ

ନୂଆଦିଲ୍ଲୀ: ଫୋନ୍ ହଜିବା କିମ୍ବା ଚୋରି ହେଲେ ସବୁଠାରୁ ବଡ଼ ଭୟ ରହୁଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ (ଫଟୋ, ବ୍ୟାଙ୍କ ଡିଟେଲ୍ସ, ପାସୱାର୍ଡ) ଅନ୍ୟ କାହା ହାତକୁ ଚାଲିଯିବା। କିନ୍ତୁ ଏବେ ଏହି ସମସ୍ୟାର ପୂର୍ଣ୍ଣ ସମାଧାନ କେନ୍ଦ୍ର ସରକାର ଦେଇସାରିଛନ୍ତି। ‘ସଞ୍ଚାର ସାଥୀ’ (Sanchar Saathi)…

ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳରେ ନଦୀ ଜଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ମନ୍ତ୍ରୀ କହିଛନ୍ତି, ବିଭାଗ ପକ୍ଷରୁ ନଦୀ ଜଳକୁ ତିନି ମାସରେ ଥରେ ପରୀକ୍ଷା କରାଯାଉଛି। ଆମେ…

Imran khan update : ଇମ୍ରାନଙ୍କୁ ଭେଟିଲେ ଭଉଣୀ, ଇମ୍ରାନ କହିଲେ ‘ମାରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର’…

ନୂଆଦିଲ୍ଲୀ: ଜେଲରେ ଇମ୍ରାନଙ୍କୁ ଭେଟିଲେ ତାଙ୍କ ଉଉଣୀ । ଇମ୍ରାନ କହିଲେ ତାଙ୍କୁ ମାରିବାକୁ ଚାଲିଛି ଷଡ଼ଯନ୍ତ୍ର । ଭାଇ -ଭଉଣୀ ମିଶି ନେଲେ ବଡ଼ ନିଷ୍ପତ୍ତି । ଜେଲରୁ ବାହାରି ଇମ୍ରାନଙ୍କ ଭଉଣୀ କଲେ ବଡ଼ ଖୁଲାସା ।ପ୍ରାୟ ଗୋଟିଏ ମାସ ପରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ…

ଗୋଟିଏ ଘଣ୍ଟା ଭଡ଼ାରେ ନେବାକୁ ଚାହୁଁଛନ୍ତି ହେଲିକପ୍ଟର ? ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡ଼ିବ…

ନୂଆଦିଲ୍ଲୀ: ହେଲିକପ୍ଟର ଭଡ଼ା ନେବା ଶୁଣିଲେ ଯେମିତି କୌଣସି ଫିଲ୍ମର ଲଗ୍‌ଜରି ଦୃଶ୍ୟ ମନେପଡ଼େ, କିନ୍ତୁ ଭାରତରେ ଏହା କରିବା ଏବେ ବେଶ୍ ସହଜ ହୋଇଗଲାଣି। ତଥାପି ହେଲିକପ୍ଟର ଭଡ଼ାରେ ନେବାକୁ ହେଲେ ଆପଣଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।  ବିବାହ, ଭିଆଇପି ଯାତ୍ରା, ଆଡଭେଞ୍ଚର…

Bangladeshis Detained: ବାଂଲାଦେଶୀ ସନ୍ଦେହରେ ୮ ଅଟକ, ଯାଞ୍ଚ କରୁଛି ପୋଲିସ

ଭଦ୍ରକ: ବାଂଲାଦେଶୀ ସନ୍ଦେହରେ ବାସୁଦେବପୁର ଥାନାରେ ୮ ଜଣ ଅଟକ ଅଛନ୍ତି। ଦୀର୍ଘ ଦିନ ଧରି ଏମାନେ ଫେରି କରିବା ନାଁରେ ବାସୁଦେବପୁର ଅଞ୍ଚଳରେ ରହି ବିଭିନ୍ନ ଗାଁରେ ବୁଲି କପଡ଼ା ବିକ୍ରି କରୁଥିଲେ। ଆଜି ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଚଢ଼ାଉ କରାଯାଇଛି। ବାସୁଦେବପୁର ଅଂଚଳର…