Latest Odisha News

BREAKING NEWS

Yearly Archives

2025

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ୮ ଜଣ ଅଭିଯୁକ୍ତଙ୍କର ଟିଆଇ ପରେଡ୍‌ ଶେଷ ହୋଇଛି । ଏନେଇ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲା ପୋଲିସ । କୋର୍ଟଙ୍କ ଅର୍ଡର ମିଳିବା ପରେ ଅପରାହ୍ଣରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରାଯାଇଛି ।…

୧୬ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଲାଲକିଲ୍ଲା

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖ ସନ୍ଧ୍ୟା ୬.୫୨ ସମୟରେ ଦିଲ୍ଲୀ ଲାଲକିଲ୍ଲାର ମେଟ୍ରୋ ଷ୍ଟେସନର ଗେଟ୍ ୧ ନିକଟରେ ଏକ ଧଳା ହୁଣ୍ଡାଇ ଆଇ୨୦ କାରରେ ବିସ୍ଫୋରଣ ହୋଇଥିଲା।ଏଥିରେ ୧୩ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ମଧ୍ୟ ହୋଇଥିଲେ। ଏହି କାର ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଡାକ୍ତର ଉମର…

ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବା ଭାରତୀୟ ବ୍ୟାଟ୍ସମ୍ୟାନ ହେଲେ ପନ୍ତ

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇଡେନଗାର୍ଡେନରେ ପ୍ରଥମ କ୍ରିକେଟ ଟେଷ୍ଟ ଚାଲିଛି । ମ୍ୟାଚର ଦ୍ୱିତୀୟ ଦିବସରେ ରିଷଭ ପନ୍ତ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ୨୪ ବଲରେ ୨୭ ରନ କରିବା ଅବସରରେ ୨ଟି ଛକା ମାରିଥିଲେ । ବିସ୍ଫୋରକ ବ୍ୟାଟ୍ସମ୍ୟାନ ପନ୍ତ ଭାରତ ପକ୍ଷରୁ…

ସାମ୍ନାକୁ ଆସିଲା ଏଲିନା ସାମନ୍ତରାୟ ଅଭିନୀତ ‘ରକ୍ତ ଗୋଲାପ’ର ଫାଷ୍ଟ ଲୁକ୍‌

ଭୁବନେଶ୍ୱର: ସାମ୍ନାକୁ ଆସିଲା ଓଲିଉଡ ଫିଲ୍ମ ‘ରକ୍ତ ଗୋଲାପ’ର ଫାଷ୍ଟ ଲୁକ୍‌ । ‘ରକ୍ତ ଗୋଲାପ ‘ର କାହାଣୀରେ ପ୍ରେମ, ରହସ୍ୟ ଓ ନାଟକୀୟତା ଭରି ରହିଥିବା ବେଳେ ଏହି ଚଳଚିତ୍ରର ପ୍ରଯୋଜନା କରିଛନ୍ତି ଅଶ୍ରୁଜିତ ମହାପାତ୍ର ଓ ଶୋଭନ ଦାସ । ନିର୍ଦ୍ଦେଶନା ଦେଇଛନ୍ତି ଶିଶିର କୁମାର ସାହୁ ଓ ପିନାକୀ…

କିଙ୍ଗ ଖାନଙ୍କ ନାମରେ ଦୁବାଇରେ ନିର୍ମାଣ ହେଉଛି କମର୍ସିଆଲ ଟାୱାର

ମୁମ୍ବାଇ: ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ନାମରେ ଦୁବାଇରେ ଏକ ବିଲ୍ଡିଂ ତିଆରି ହେବାକୁ ଯାଉଥିବା ନେଇ ଦୁବାଇର ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀ ଘୋଷଣା କରିଛି। ଏହି ସମ୍ପତ୍ତିର ନାମ "ଶାହ ରୁଖଜ୍ ଦାନୁବେ" ନାମରେ ନାମିତ ହେବ। ଓ ଏହା ସମ୍ମୁଖରେ ଅଭିନେତାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ…

ଟ୍ରେଡ ଡିଲରେ ଜାଡେଜାଙ୍କ କ୍ଷତି ହେଲା ୪ କୋଟି, ସଞ୍ଜୁ ଗଲେ ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପାଇଁ ଫ୍ରାଂଚାଇଜମାନେ ଦଳରେ ଅନେକ ପରିବର୍ତନ କରିଛନ୍ତି । ସବୁଠାରୁ ବଡ ଟ୍ରେଡ ଡିଲ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହୋଇଛି । ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ୧୪ କୋଟି ଟ୍ରେଡ ଡିଲରେ ଚେନ୍ନାଇ ସହିତ ଯୋଡି ହୋଇଛନ୍ତି । ରବୀନ୍ଦ୍ର ଜାଡେଜା…

ହନୁମାନ ବାଟିକା ଛକରୁ ପାୱାର ହାଉସ୍ ଛକ ପର୍ଯ୍ୟନ୍ତ ରାସ୍ତାର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ବିର୍ସା ମୁଣ୍ଡା (birsa munda) ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଭାରତ ଇତିହାସରେ ସବୁଦିନ ପାଇଁ ଅମର ହୋଇ ରହିଛନ୍ତି। ଇଂରେଜ ଶାସନ ସମୟରେ ବିର୍ସା ଅନ୍ୟାୟ, ଅତ୍ୟାଚାରକୁ ବିରୋଧ କରି ବିହାର, ଝାଡଖଣ୍ଡ ଅଞ୍ଚଳର ସଂଗ୍ରାମୀମାନଙ୍କୁ ଏକାଠି ଏକ ବଡ ଧରଣର ବିପ୍ଳବ ମାଧ୍ୟମରେ ଦେଶର…

ଭୟଙ୍କର ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ ଗୋଟିଏ ପରିବାରର ୫ ସଦସ୍ୟ, ୫ ଗୁରୁତର

ପାଟନା: ବିହାର ମୁଜାଫରପୁରର ମୋତିପୁର ଥାନା ଅଞ୍ଚଳରେ ଗୋଟିଏ ଘରେ ନିଆଁ ଲାଗି ଯିବା ଫଳରେ ପାଞ୍ଚ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ଏହି ଅଗ୍ନିକାଣ୍ଡରେ ଅନ୍ୟ ୫ ଜଣ ସଦସ୍ୟ ପୋଡ଼ି ଆହତ ହୋଇଛନ୍ତି ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୋତିପୁର ଥାନା ଅଞ୍ଚଳର…

ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଫ୍ରାଂଚାଇଜର ରିଲିଜ କଲେ ଏହି ସବୁ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଫ୍ରାଂଚାଇଜରମାନେ ରିଲିଜ ଖେଳାଳିଙ୍କ ତାଲିକା ଜାରୀ କରିଛନ୍ତି । ନଭେମ୍ବର ୧୫ ସୁଦ୍ଧା ଖେଳାଳି ରିଲିଜ କରିବା ଡେଡଲାଇନ ଥିଲା । ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ କୋଲକାତା ଆନ୍ଦ୍ରେ ରସେଲଙ୍କୁ ରିଲିଜ କରିଛି । ସେହିପରି ଗ୍ଲେନ ମ୍ୟାକ୍ସୱେଲ, ମଥୀଷା…

ଇଡେନ ଗାର୍ଡେନରେ ୱିକେଟ ପତନ ଜାରୀ, ଦକ୍ଷିଣ ଆଫ୍ରିକା ୬୩ ରନରେ ଅଗ୍ରଣୀ

କୋଲକାତା: ଇଡେନ ଗାର୍ଡେନରେ ଖେଳାଯାଉଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ମଧ୍ୟ ୱିକେଟପତନ ଜାରୀ ରହିଛି । ଶନିବାର ଷ୍ଟମ୍ପସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ଓଭରାଲ ୬୩ ରନର ଅଗ୍ରଣୀ ହାସଲ କରିଛି । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ସ୍କୋର ୧୫୯ ରନ…