Latest Odisha News

BREAKING NEWS

Yearly Archives

2025

ଅକ୍ଟୋବର ଶେଷ ସୁଦ୍ଧା ଭାରତ-ଚୀନକୁ ପୁନଃ ଆରମ୍ଭ ହେବ ସିଧାସଳଖ ବିମାନ ସେବା!

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ସିଧାସଳଖ ବିମାନ ସେବା । ଚଳିତ ମାସ ଶେଷ ସୁଦ୍ଧା ଉଭୟ ଦେଶ ମଧ୍ୟରେ ପୁନଃ ଆରମ୍ଭ ଏହେ ଏହି ସେବା । ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଧୀରେ ଧୀରେ ସ୍ବାଭାବିକ କରିବା ପାଇଁ ଭାରତ ସରକାରଙ୍କ ନୀତିର ଏକ ଅଂଶ ।…

ଗଜପତିରେ ଲଗାଣ ବର୍ଷା; ରିଲିଫ କମିଶନରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡ଼ିକରେ ଲଗାଣ ବର୍ଷା ଲାଗିରହିଛି । ଏହି ବର୍ଷାରେ ଗଜପତି ଜିଲ୍ଲାରେ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହୋଇ ଅନେକ ଅଞ୍ଚଳ ଜଳ ମଗ୍ନ ହେବାର ଆଶଙ୍କା ଦେଖା ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଜପତି ଜିଲ୍ଲା…

୩୧ ବର୍ଷରେ ସମ୍ପତ୍ତି ୨୧,୦୦୦ କୋଟି ପାର୍‌… ଜାଣନ୍ତୁ ଭାରତର ଯୁବ ଅରବପତିଙ୍କ ବିଷୟରେ

ନୂଆଦିଲ୍ଲୀ: ଭାରତର ଅରବିନ୍ଦ ଶ୍ରୀନିବାସ ଦେଶର ସର୍ବକନିଷ୍ଠ କୋଟିପତି ହୋଇଛନ୍ତି। Perplexity AI ସହ-ପ୍ରତିଷ୍ଠାତା ଏବଂ CEO ଅରବିନ୍ଦ ଶ୍ରୀନିବାସ ସବୁଠାରୁ ଧନୀ ଯୁବ ଭାରତୀୟ ଭାବରେ M3M Hurun India ଧନୀ ତାଲିକା ୨୦୨୫ରେ ସ୍ଥାନ ପାଇଛନ୍ତି। ତାଲିକା ଅନୁସାରେ, ଅରବିନ୍ଦଙ୍କ ସମ୍ପତ୍ତି…

ମାଲକାନଗିରି ମୋଟୁରେ ‘ଗାନ୍ଧୀ ପଥେ ପଦଯାତ୍ରା’ ଆରମ୍ଭ; ସାମିଲ ହେଲେ ହଜାର ହଜାର ଲୋକ

ମାଲକାନଗିରି: ପବିତ୍ର ବିଜୟା ଦଶମୀ ଓ ଗାନ୍ଧୀ ଜୟନ୍ତୀରେ ଓଡିଶାରେ ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଛି କଂଗ୍ରେସ । ମାଲକାନଗିରିର ମୋଟୁସ୍ଥିତ ୩ ନଦୀର ସଙ୍ଗମସ୍ଥଳ ମଙ୍ଗି ପଏଣ୍ଟଠାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ 'ଗାନ୍ଧୀ ପଥେ ଓଡିଶା'…

ଆଗାମୀ ୭ ଦିନ ଯାଏଁ ଓଡିଶାରେ ଘୂର୍ଣ୍ଣିବାତ୍ୟାର କୌଣସି ଆଶଙ୍କା ନାହିଁ: ଆଇଏମଡି

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଆଜି ରାତି ସୁଦ୍ଧା ପାରାଦୀପ ଏବଂ ଗୋପାଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ମିଳିତ ଟାଇଫୁନ ସତର୍କତା କେନ୍ଦ୍ର (JWTC) ପୂର୍ବାନୁମାନ କରିଛି ଯେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବାତ୍ୟା…

‘ଭୋକାଲ ଫର ଲୋକାଲ’ ସ୍ଵଦେଶୀ ମନ୍ତ୍ରରେ ଅଭିମନ୍ତ୍ରୀତ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର: ଆଜି ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ବାର୍ତ୍ତା ରଖିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଆଜି ଯାଏଁ ଆମେ ପାଳୁଛୁ ସେବା ସପ୍ତାହ । ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨…

ବରେଲିରେ ହାଇ ଆଲର୍ଟ: ଡ୍ରୋନ୍ ମୁତୟନ, ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ, କିନ୍ତୁ କାହିଁକି?

ନୂଆଦିଲ୍ଲୀ: ଦଶହରା ଉତ୍ସବ ପୂର୍ବରୁ ବରେଲି ଏବଂ ଆଖପାଖ ଜିଲ୍ଲାଗୁଡ଼ିକରେ କର୍ତ୍ତୃପକ୍ଷ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରିଛନ୍ତି। ଗୃହ ବିଭାଗ ଅକ୍ଟୋବର ୨ ତାରିଖ ଅପରାହ୍ନ ୩ଟାରୁ ଅକ୍ଟୋବର ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ମୋବାଇଲ୍ ଇଣ୍ଟରନେଟ୍, ବ୍ରଡବ୍ୟାଣ୍ଡ ଏବଂ…

ଟି୨୦ ବିଶ୍ୱକପ ୨୦୨୬: ନାମ୍ବିଆ ସମେତ ୧୬ ଟିମର ଏଂଟ୍ରି

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏଥର ବିଶ୍ୱକପରେ ୨୦ଟି ଟିମ ଅଂଶଗ୍ରହଣ କରିବେ । ନାମ୍ବିଆ ସମେତ ୧୬ଟି ଟିମ ଯୋଗ୍ୟତା ହାସଲ କରିସାରିଛନ୍ତି । ଆଫ୍ରିକା ଯୋଗ୍ୟତା ପର୍ଯ୍ୟାୟରେ ନାମ୍ବିଆ ସେମିଫାଇନାଲରେ ତାଞ୍ଜାନିଆକୁ ହରାଇ ବିଶ୍ୱକପ ଯୋଗ୍ୟତା…

ପ୍ରବଳ ବର୍ଷା ଯୋଗୁଁ ବିପଦ ସଂକେତ ଟପିଲା ବଂଶଧାରା ନଦୀର ଜଳସ୍ତର, ବ୍ୟାପକ ଚାଷ ଜମି ଜଳମଗ୍ନ

ଗୁଣୁପୁର: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆହୁରି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ପାଇଁ ଓଡ଼ିଶାର ଅଧିକାଂଶ ଜିଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଗୁଣୁପୁର ଏବଂ ରାୟଗଡା ଜିଲ୍ଲା ରେ ପ୍ରବଳ ବର୍ଷା କାରଣରୁ…

ବିଜୟା ଦଶମୀରେ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣିଦେଲେ ଏବିଡିଓ

କେନ୍ଦୁଝର: ଜିଲ୍ଲା ନନ୍ଦିପଦା ଥାନା ଡ଼ଅଁର ଗାଁରେ ଅଘଟଣ । ବିଜୟା ଦଶମୀରେ ସ୍ତ୍ରୀକୁ ହତ୍ୟା କଲେ ଏବିଡ଼ିଓ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଏବିଡ଼ିଓ ଦେବୀ ପ୍ରସାଦ ଜେନା ପାରିବାରିକ କଳହରୁ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣିଥିଲେ । ପାରିବାରିକ କଳହରୁ ସ୍ୱାମୀ ଦେବୀପ୍ରସାଦ ସ୍ତ୍ରୀ ସୁଦେଷ୍ଣାଙ୍କୁ…