Latest Odisha News

BREAKING NEWS

Yearly Archives

2025

ବଜାରରେ ବୋମାମାଡ଼ କରି ଗହଣା ଦୋକାନୀଙ୍କଠାରୁ ଲୁଟ୍; ଦୋକାନୀ ଆହତ

କଟକ:ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ୱର ବଜାରରେ ବୋମାମାଡ଼ । ୫ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଗହଣା ଦୋକାନୀଙ୍କ ଠାରୁ ଗହଣା ଭର୍ତ୍ତି ବ୍ୟାଗ୍‌ ନେଇ ଫେରାର ହୋଇଯାଇଛନ୍ତି । ଲୁଟ୍‌ ବେଳେ ଗହଣା ଦୋକାନୀ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଲୁଟର ଶିକାର ହୋଇଥିବା ମହାବୀର ଜୁଏଲର୍ସର…

ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ ; ମାଗଣା ପରିବହନ…

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛିଯେ, ପ୍ରଥମ ପର୍ଯ୍ୟାୟରେ ୮୩୫ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ। ଏହି ବିଦ୍ୟାଳୟ ଗୁଡିକ ରାଜ୍ୟର ଉଚ୍ଚ…

ରାଜ୍ୟରେ ହେବ ୧୧ଟି ନୂଆ ଏଡିଜେ କୋର୍ଟ

ଭୁବନେଶ୍ୱର: ଓଡ଼ିଶା ସରକାର ୧୧ଟି ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) କୋର୍ଟ ପ୍ରତିଷ୍ଠା ପାଇଁ ସୋମବାର ଦିନ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିମଧ୍ୟରୁ ୩ଟି ହେଉଛି ବିଭିନ୍ନ ଜିଲ୍ଲାରେ ଏଡିଜେ (ଭିଜିଲାନ୍ସ) କୋର୍ଟ। ଆଇନ ବିଭାଗ ପୁରୀ, ନୟାଗଡ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଏହି ଭିଜିଲାନ୍ସ…

‘ଭାରତ ଉପରେ ଅଧିକ ଟାରିଫ୍ ଲଗାଇବି’,ଋଷରୁ ତେଲ କିଣିବା ନେଇ ପୁଣି ଧମକ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ଟାରିଫ୍ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଋଷରୁ ‘ପ୍ରଚୁର ପରିମାଣରେ’ ତେଲ କିଣୁଥିବା ଅଭିଯୋଗ କରି ଭାରତ ବିରୋଧରେ ଟାରିଫ୍‌ (ଶୁଳ୍କ) ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପ…

ଜେଲରେ ଯଦି କଏଦୀଙ୍କଠୁ ମୋବାଇଲ ମିଳେ ତେବେ ଅଧିକ ମିଳେ କି ଦଣ୍ଡ ? କଣ କହୁଛି ଆଇନ

ନୂଆଦିଲ୍ଲୀ: ଜେଲ ସୁଧାର କ୍ରମରେ କେନ୍ଦ୍ର ସରକାର ନୂଆ କାରାଗାର ଆଇନ ଉପରେ କାମ କରୁଛନ୍ତି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଏହାର ଏକ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିଛି। ଏହି ଡ୍ରାଫ୍ଟରେ କୁହାଯାଇଛି ଯେ ଯଦି କୌଣସି କଏଦୀଙ୍କ ପାଖରୁ ମୋବାଇଲ ଫୋନ ମିଳେ, ତେବେ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡର…

ପ୍ରଧାନଶିକ୍ଷକ ମୁସଲିମ ବୋଲି ସ୍କୁଲ ଟାଙ୍କିରେ ବିଷ ମିଶାଇଦେଲେ…

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗାମରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଏକ ସରକାରୀ ସ୍କୁଲର ମୁସଲିମ ପ୍ରଧାନ ଶିକ୍ଷକଙ୍କୁ ହଟାଇବା ପାଇଁ ଦୁର୍ବୃତ୍ତମାନେ ପାଣି ଟାଙ୍କିରେ ବିଷ ମିଶାଇ ଦେଇଥିଲେ। ୧୪ ଜୁଲାଇରେ ଘଟିଥିବା ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ଶ୍ରୀ ରାମ…

କିଏ ହ୍ୟାକ କରିଛି କି ଆପଣଙ୍କ WhatsApp ? ଜାଣନ୍ତୁ କେମିତି ଜାଣିବେ

ଆଜିର ଦ୍ରୁତଗତିର ଡିଜିଟାଲ ଦୁନିଆରେ WhatsApp ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ, ଡିଭାଇସ-ଲେଭେଲ ପ୍ରୋଟେକସନ ଏବଂ ଗୋପନୀୟତା-ପ୍ରଥମ ନୀତି ଭଳି ସୁବିଧା ଦେଇ ନିଜ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବାର ଦାବି କରୁଛି। କିନ୍ତୁ ବାସ୍ତବରେ ଚିତ୍ର ଅନ୍ୟ ହୋଇପାରେ। କଳ୍ପନା କରନ୍ତୁ, ଆପଣ ରାତିରେ ଜଣେ…

ରେକର୍ଡ ଭାଙ୍ଗୁଛି ‘ସୟାରା’; ଆୟରେ ୩୦୦ କୋଟି ଟପିଲା 

ମୁମ୍ବାଇ: ମୋହିତ ସୁରୀଙ୍କ ନିର୍ଦ୍ଦେଶିତ "ସୟାରା" ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମ ରିଲିଜ ହେବାର ୧୭ ଦିନ ବିତିଗଲାଣି କିନ୍ତୁ ଏହାର ରୋଜଗାର କମୁନାହିଁ। ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଅଭିନୟ ଯାଦୁ ଲୋକଙ୍କୁ ଛୁଇଁପାରିଛି। ସପ୍ତାହାନ୍ତରେ ସୟାରା ଆୟରେ ଏକ ବଡ଼ ବୃଦ୍ଧି ଘଟିଛି।…

ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୭ ହଜାରରୁ ଅଧିକ ହିତାଧିକାରୀଙ୍କୁ ଗୃହ ପ୍ରଦାନ

ଭୁବନେଶ୍ୱର: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ନେତୃତ୍ୱରେ ଓଡ଼ିଶା ସରକାର ରାଜ୍ୟ ସାରା ୫୭୩୦୮ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା (ଏଜିଜେ) ଅଧୀନରେ ପ୍ରଥମ କିସ୍ତି ସହାୟତା ପ୍ରଦାନ କରିଛନ୍ତି। ଏଜିଜେ ପୋର୍ଟାଲ୍ ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

କର୍ମଚାରୀଙ୍କ ଛୁଟିକୁ ନେଇ ବଡ଼ ଘୋଷଣା, ପ୍ରାଇଭେଟ ଚାକିରିଆ ଶୁଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ପାଇଁ ସ୍ୱତନ୍ତ୍ର ଛୁଟି ମିଳିବ କି? ଏହି ପ୍ରଶ୍ନ ଏବେ ସଂସଦରେ ଉଠିଛି ଏବଂ କର୍ମଚାରୀମାନଙ୍କ ମନରେ ଏକ ନୂଆ ଆଲୋଚନା ସୃଷ୍ଟି କରିଛି। ସଂସଦର ଚଳିତ ମୌସୁମୀ ଅଧିବେଶନରେ ରାଜ୍ୟସଭା ସାଂସଦ ସୁମିତ୍ରା…