Latest Odisha News

ଚଳିତ ମାସ ଶେଷ ସୁଦ୍ଧା ୪ ରୁ ୮ ଲକ୍ଷରେ ପହଞ୍ଚିପାରେ ଦୈନିକ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ମାସ ଶେଷ ସୁଦ୍ଧା ଏହା ଶିଖରରେ ପହଞ୍ଚିବ। ଆଇଆଇଟି କାନପୁରର ପ୍ରଫେସର ମହେନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ ଏହି ପିକ୍‌ ସମୟରେ ଦେଶରେ ପ୍ରତିଦିନ ୪ ରୁ ୮ ଲକ୍ଷ ମାମଲା ଦେଖିବାକୁ ମିଳିପାରେ।

କେବଳ ଏତିକି ନୁହେଁ, କଡ଼ା ପ୍ରତିବନ୍ଧକ ହେତୁ ଲହର ଡେରିରେ ଆସିବ ଏବଂ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ଓମିକ୍ରନ୍‌ ଯୋଗୁ କରୋନା ତୃତୀୟ ତରଙ୍ଗ ଆସିବ ବୋଲି ଅନୁମାନ କରାଯାଉଛି। ମୁମ୍ବାଇ ଏବଂ ଦିଲ୍ଲୀ ସମ୍ପର୍କରେ ସେ କହିଛନ୍ତି ଯେ ଏହି ସହରଗୁଡିକରେ ପିକ୍‌ ସମୟରେ ପ୍ରତିଦିନ ଏଠାରେ ୩୦ ରୁ ୫୦ ହଜାର ନୂଆ ମାମଲା ଦେଖିବାକୁ ମିଳିବ। ସେ କହିଛନ୍ତି ଯେ ଚଳିତ ମାସ ଶେଷ ସୁଦ୍ଧା ଦେଶର ତୃତୀୟ ତରଙ୍ଗ ଶିଖରରେ ପହଞ୍ଚିବ।

Leave A Reply

Your email address will not be published.