Latest Odisha News

BREAKING NEWS

[ଭିଡ଼ିଓ]ଝାରସୁଗୁଡ଼ା ଡ଼ିଆରଡ଼ିଏ ଅଫିସରେ ପଶିଲା କରୋନା, ୩ଦିନ ଅଫିସ ସିଲ୍

ଝାରସୁଗୁଡ଼ା: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ରହିଛି । ଝାରସୁଗୁଡ଼ା ଡ଼ିଆରଡ଼ିଏ ଅଫିସରେ ପଶିଲା କରୋନା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ୨୨ କର୍ମଚାରୀ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହେବା ପରେ ୩ଦିନ ଅଫିସ ସିଲ୍ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ।

ଗତ ୨୪ଘଣ୍ଟାରେ ଝାରସୁଗୁଡ଼ା ଜିଲ୍ଲାରେ ୧୦୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ସକ୍ରିୟ ୨୮୮ ଟପିଲାଣି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ୨୦ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅନ୍ୟପଟେ ଝାରସୁଗୁଡ଼ା ବିମାନ ବନ୍ଦର ଉପରେ କଡ଼ା ନଜର ରଖିବା ସହ ନୂଆଦିଲ୍ଲୀ, କୋଲକାତା ବିମାନ ଯାତ୍ରୀଙ୍କ ପାଇଁ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

ଜିଲ୍ଲାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାବେଳେ ସମସ୍ତେ ସଜାଗ ରହିବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

 

Leave A Reply

Your email address will not be published.