Latest Odisha News

BREAKING NEWS

୨୦ ଲକ୍ଷ ଲୋକଙ୍କୁ ୬ ମାସ ଭିତରେ ମିଳିବ ଘର

ବାଲେଶ୍ବର: ୬ ମାସ ଭିତରେ ୨୦ ଲକ୍ଷ ଲୋକଙ୍କୁ ଘର ଦିଆଯିବ । ବାଲେଶ୍ବର ସୋରରେ ବାତ୍ୟା ପରର ସ୍ଥିତି ସମୀକ୍ଷା କରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ତେବେ ବାତ୍ୟାରେ ଯେଉଁମାନଙ୍କ ଘର ଭାଙ୍ଗିଯାଇଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ ପକ୍କାଘର ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଥିଲେ । ବାତ୍ୟାରେ କେତେ କ’ଣ ଘର ଭାଙ୍ଗିଛି ସେନେଇ ସମୀକ୍ଷା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଦିଆଯିବ ।

ଯାହାକୁ ନେଇ ବାଲେଶ୍ବର ଜିଲ୍ଲାର ସୋର, ବାହାନଗା, ସିମୁଳିଆ, ଔପଦା, ନୀଳଗିରି ର ବିଭିନ୍ନ ବ୍ଲକ ର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ସ୍ଥିତି ସମୀକ୍ଷା କରିବା ପରେ ମନ୍ତ୍ରୀ କହିଛନ୍ତି, ଲୋକମାନଙ୍କୁ କିଛି ଚିନ୍ତା କରିବାର ନାହିଁ । ଘର ଭାଙ୍ଗିଥିବା ଲୋକଙ୍କୁ ନୂଆ ଘର ଦିଆଯିବ । ପାଖାପାଖି ୨୦ ଲକ୍ଷ ଲୋକଙ୍କୁ ଆସନ୍ତା ୬ମାସ ଭିତରେ ଘର ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ବାତ୍ୟା ଦାନା ଭିତରକନିକାରେ ମାଡ ହୋଇଥିଲେ ମଧ୍ୟ ଏହାର ସବୁଠୁ ବେଶୀ ପ୍ରଭାବ ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ବାତ୍ୟା ଆଣିଦେଇଛି ଦୁର୍ବିସହ । ଗୋଟେ ପଟେ ପବନ ଝାଟିମାଟି ଘରକୁ ମାଟିରେ ମିଶାଇଥିବା ବେଳେ ଲଗାଣ ବର୍ଷା ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି ।

Leave A Reply

Your email address will not be published.