Latest Odisha News

BREAKING NEWS

‘କାରଗିଲ୍ ବିଜୟ ଦିବସ’: ଆଜି ଭାରତ ଆଗରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ

ଭୁବନେଶ୍ୱର: ଆଜି ହେଉଛି ‘କାରଗିଲ୍ ବିଜୟ ଦିବସ’ । ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖରେ ଭାରତୀୟ ସେନାର ‘ଅପରେସନ ବିଜୟ’ ଅଭିଯାନ ସଫଳ ହେବାସହ ପାକିସ୍ତାନୀ ଅନୁପ୍ରବେଶକାରୀ ମାନେ ଦଖଲ କରିଥିବା ସମସ୍ତ ଘାଟି ହରାଇଥିଲେ ।

ପାକିସ୍ତାନ ବିପକ୍ଷରେ ବୀରତ୍ୱର ସହ ଯୁଦ୍ଧ କରି ବିଜୟ ହୋଇଥିଲା ଭାରତୀୟ ସେନା । ପରେ ଏଲଓସି ନିକଟବର୍ତ୍ତୀ କାରଗିଲର ଟାଇଗର ହିଲ୍, ଟ୍ରୋଲ ଲିଙ୍ଗ୍ ଭଳି ପର୍ବତ ଶିଖର ଉପରେ ଫରଫର୍ ହୋଇ ଉଡିଥିଲା ତ୍ରିରଙ୍ଗା ।

ଏହି ଯୁଦ୍ଧ ପାଖାପାଖି ୬୦ ଦିନ ଧରି ଚାଲିଥିଲା ବେଳେ କାରଗିଲର ଐତିହାସିକ ବିଜୟର ୨୦ତମ ପୂର୍ତ୍ତି ଅବସରରେ ସାରା ଦେଶ ଏହି ବୀର ସହିଦ ଯବାନଙ୍କୁ ମନେ ପକାଉଛି ।

ଏହି ଯୁଦ୍ଧରେ ଦେଶପାଇଁ ପ୍ରାଣବଳୀ ଦେଇଥିବା ସେହି ବୀର ଯବାନଙ୍କ ତ୍ୟାଗ ଓ ସମ୍ମାନର୍ଥେ ସବୁ ବର୍ଷ ଆଜିର ଦିନରେ ‘କାରଗିଲ୍ ବିଜୟ ଦିବସ’ ପାଳନ କରାଯାଇ ଆସୁଅଛି ।

Leave A Reply

Your email address will not be published.