Latest Odisha News

BREAKING NEWS

ଅନେକ ରୋଗରୁ ରକ୍ଷାକରେ ‘ଲେମ୍ବୁପାଣି’

ଲେମ୍ବୁପାଣିର ନିୟମିତ ବ୍ୟବହାର ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ହଜମ ପକ୍ରିୟା ମଧ୍ୟ ଠିକ୍ ରହିଥାଏ । ଲେମ୍ବୁପାଣି ମଧ୍ୟ ଶରୀରର ପି.ଏଚର ସ୍ତରକୁ ସନ୍ତୁଳିତ ରଖେ।

ସାଇଟ୍ରସ ଫଳମାନଙ୍କରେ ଭିଟାମିନ-ସି ପ୍ରଚୁର ପରିମାଣରେ ଭରି ରହିଥାଏ । ଏହାଦ୍ୱାରା ଶରୀରରେ ଅତି ବାଇଗଣି ରଶ୍ମିର କୌଣସି ପ୍ରଭାବ ପଡିନଥାଏ । ଏହାକୁ ସେବନ କରିବା ଦ୍ୱାରା ହୃଦରୋଗ ହେବାର ସମ୍ଭାବନା କମ୍ ହୋଇଥାଏ । ରକ୍ତଚାପ, ଥଣ୍ଡାଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଲେମ୍ବୁ ପାଣିରେ ପଲିଫିନାଲ ଏଣ୍ଟି-ଅକ୍ସିଡାଣ୍ଟଥିବାରୁ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏଥିରୁ ଏତେ ମାତ୍ରାରେ ଲାଭ ମିଳିଥାଏ ଯେ ଆପଣଙ୍କୁ ନିୟମିତ ଭାବରେ କୌଣସି ଡାକ୍ତରୀ ଓଷଧ ସେବନ କରିବାକୁ ପଡିନଥାଏ ।

ଯକୃତରେ ପଥର ସମସ୍ୟା ଦୂର କରେ – ଲେମ୍ବୁପାଣିରେ ପୋଟାସିୟମ ରହିଥାଏ । ତେଣୁ ଏହା ଯକୃତରେ ପଥର ହେବାକୁ ଦେଇନଥାଏ ।

ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି – ଲେମ୍ବୁପାଣିରେ ଲିମ୍ପେଟ୍କ ପକ୍ରିୟାକୁ ତ୍ୱରାନିତ କରିବାର ଗୁଣ ରହିଛି । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ଓଜନ ହ୍ରାସ – ଲେମ୍ବୁରସରେ ପେସିଟିନ୍ ରହିଛି ଯାହାକି ଓଜନ କମ୍ କରିଥାଏ ଓ ଖାଦ୍ୟ ଗ୍ରହଣରେ ନିୟନ୍ତ୍ରଣ ରଖିଥାଏ । ଏହା ଶରୀରରେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

ଥଣ୍ଡା ଜନିତ ସମସ୍ୟା – ଯଦି ଆପଣଙ୍କୁ ଥଣ୍ଡାଜନିତ ରୋଗ ହେଉଛି, ତେବେ ଆପଣ ଲେମ୍ବୁରସ ସେବନ କରିପାରିବେ । ଏହା ଦ୍ୱାରା ଆପଣଙ୍କୁ ଆରାମ ମିଳିବ ।

ମୁହଁର ସୌନ୍ଦର୍ଯ୍ୟ ପାଇଁ – ପ୍ରତିଦିନ ଲେମ୍ବୁପାଣି ପିଇଲେ ମୁହଁର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ ।  ଜି.ଇ.ଆର.ଡି ରୋଗରୁ ରକ୍ଷା ପାଇବା ପାଇଁ ଲେମ୍ବୁପାଣି ଅତ୍ୟନ୍ତ ଲାଭଦାୟକ ଅଟେ ।

ଗାବ୍ଲେଡର ରେ ଯନ୍ତ୍ରଣା – ଲେମ୍ବୁ ରସ ଦ୍ୱାରା ଗାବ୍ଲେଡରରେ ହେଉଥିବା ଯନ୍ତ୍ରଣା କମ ହୋଇଥାଏ ।

Leave A Reply

Your email address will not be published.