ହାଇଦ୍ରାବାଦ- ରିଜର୍ଭ ବ୍ୟାଙ୍କର ସ୍ୱୀକୃତି ପାଇନଥିବା ମୋବାଇଲ ଆପ୍ ଜରିଆରେ ଲୋକଙ୍କୁ ଋଣ ଦେବା ଜାଲିଆତିର ମାଷ୍ଟର ମାଇଣ୍ଡ ଝୁ ୱେଇ ଓରଫ୍ ଲମ୍ବୋକୁ ଗରିଫ କରିଛି ହାଇଦ୍ରାବାଦ ପୋଲିସ ।
ଦେଶ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଲମ୍ବୋକୁ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ଲମ୍ବୋ ହେଉଛି ଚୀନର ନାଗରିକ ।
ପୋଲିସର ସୂଚନା ଅନୁସାରେ ଆପ୍ ଓ ଅନଲାଇନ୍ ଋଣ ଦେବା, ଅଧିକ ସୁଧ ଆଦାୟ କରିବା ଓ ଲୋକଙ୍କୁ ଧମକାବାର ମାଷ୍ଟର ମାଇଣ୍ଡ ଥିଲା ଲମ୍ବୋ ।
ଏହି ଗ୍ୟାଙ୍ଗ ମୋବାଇଲ୍ ଆପ୍ ଜରିଆରେ ଲୋକଙ୍କୁ ଋଣ ଯାଚୁଥିଲେ । ଲୋକେ ଋଣ ନେବା ପରେ ସେମାନଙ୍କୁ ଉଚ୍ଚ ସୁଧ ଏପରିକି ୩୫ ପ୍ରତିଶତ ସୁଧ ମଧ୍ୟ ଦେବାକୁ ପଡୁଥିଲା । ନ ହେଲେ ଲୋକଙ୍କୁ ଧମକାଉଥିଲେ, ହଇରାଣ କରୁଥିଲେ । ଏଥିରେ ନିରାଶ ହୋଇ ତେଲେଙ୍ଗାନାରେ ୩ ଜଣ ଲୋକ ଆତ୍ମହତ୍ୟା କରିବା ପରେ ଘଟଣା ପଦାକୁ ଆସିଥିଲା
ଲମ୍ବୋ ଓ ତାର ସହଯୋଗୀମାନେ ଏପରି ୩୬ଟି ଲୋନ୍ ଆପ୍ ଜରିଆରେ କାରବାର କରୁଥିଲେ । ମୋଟ କାରବାରର ପରିମାଣ ୨୧ ହଜାର କୋଟି ଟଙ୍କା ହୋଇଥିବା ପୋଲିସ ସୂଚନା ଦେଇଛି । ସେଥିରୁ ଅଧିକାଂଶ ବିଟ୍ କଏନ୍ ଜରିଆରେ ହୋଇଛି । ଗତ ୬ ମାସ ଭିତରେ ଏହି ସବୁ ସ୍କାମ ହୋଇଥିବା ଜଣାପଡିଛି ।
ଏହା ଆଗରୁ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ହାଇଦ୍ରାବାଦ ଓ ଗୁରୁଗ୍ରାମରୁ ୧୬ ଜଣଙ୍କୁ ଗିରଫ କରିଥିଲା । ଋଣ ନେଇଥିବା ଲୋକଙ୍କୁ କଲ୍ ସେଣ୍ଟର ଜରିଆରେ ଧମକାଇବା ଓ ହଇରାଣ କରିବାର ଅଭିଯୋଗ ସମସ୍ତଙ୍କୁ ଗିରଫ କରାଯାଇଛି ।
BREAKING NEWS
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?
- Modi Cabinet: ବିଦା ହେବେ କି ୨ କେନ୍ଦ୍ରମନ୍ତ୍ରୀ? ରାଜ୍ୟସଭା ଲିଷ୍ଟରୁ ନାଁ ଗାଏବ! ମୋଦୀ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ଆଭାସ!
- SCB ମେଡିକାଲରେ ହାଇଡ୍ରାମା; ପାଣିଟାଙ୍କିରୁ ଡେଇଁ ପଡ଼ିଲେ ଯୁବକ
- Gold Coin for Brides: ନବଜାତ ଶିଶୁଙ୍କୁ ସୁନାମୁଦି ପରେ ଏବେ ନୂଆ ବୋହୂଙ୍କୁ ସୁନା! ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟଙ୍କ ଆଉ ଏକ ଚର୍ଚ୍ଚିତ ଯୋଜନା

Comments are closed.