Latest Odisha News

ଧାନ କାଟିବାକୁ ଆନ୍ଧ୍ର ଚାଲାଣ ବେଳେ ୨୧ ଶିଶୁ ଶ୍ରମିକ ଉଦ୍ଧାର

କୋରାପୁଟ: ଧାନ କାଟିବା ପାଇଁ ଆନ୍ଧ୍ରକୁ ଚାଲାଣ କରାଯାଉଥିବା ୨୧ ଶିଶୁ ଶ୍ରମିକ ଉଦ୍ଧାର । ଘଟଣାରେ ୩ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବାବେଳେ, କୋର୍ଟ ଚାଲାଣ କରାଯିବ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟରେ । ସମସ୍ତ ଉଦ୍ଧାର ଶିଶୁ ଶ୍ରମିକଙ୍କ ଘର କୋରାପୁଟ ଜିଲ୍ଲାର ଦାମନଯୋଡ଼ି, କାକରିଗୁମ୍ମା ଓ ନାରାୟଣପାଟଣା ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ, ଗତକାଲି (ଶୁକ୍ରବାର) ରାତ୍ର ସମୟରେ ଏହି ସମସ୍ତ ୨୧ ଶିଶୁ ଶ୍ରମିକ ମାନଙ୍କୁ ଧାନ କାଟିବା ପାଇଁ ଦଲାଲ ମାନେ ବସ୍ ଯୋଗେ କୋରାପୁଟ ରୁ ଆନ୍ଧ୍ର ନେଉଥିଲେ । ବଶେଷସୂତ୍ରରୁ ଖବରପାଇ ପୋଲିସ ଚାଲାଣ ବେଳେ ବସ୍ ଷ୍ଟାଣ୍ଡରୁ ସମସ୍ତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି । ସେଥିମଧ୍ୟରେ ୧୭ ଜଣ ନାବାଳିକା ଓ ୪ ଜଣ ନାବାଳକ ଥିବା ଜଣାପଡିଛି ।

ଘଟଣାରେ ଉଦ୍ଧାର ସମସ୍ତ ଶିଶୁ ଶ୍ରମିକଙ୍କୁ ପରେ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛି ପୋଲିସ । ଅନ୍ୟପଟେ ଏଥିରେ ସମ୍ପୃକ୍ତ ୩ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବାବେଳେ, କୋର୍ଟ ଚାଲାଣ କରାଯିବ ।

 

Comments are closed.