Latest Odisha News

ପଶ୍ଚିମବଙ୍ଗରେ ୨୧ ଲକ୍ଷ ମନରେଗା କର୍ମଚାରୀ ପାଇବେ ପାରିଶ୍ରମିକ: ମମତା ବାନାର୍ଜୀ

କୋଲକାତା: ସବୁ ବେଳେ କେନ୍ଦ୍ର ସରକାରଙ୍କୁ କରିଆସୁଥିଲେ କଟାକ୍ଷ। ଏବେ କେନ୍ଦ୍ର ଯୋଜନାକୁ ନେଇ କରିଛନ୍ତି ବଡ଼ ଘୋଷଣା। ଆମେ କହୁଛୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା। ରାଜ୍ୟରେ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ସରକାର ଫେବୃଆରୀ ୨୧ ସୁଦ୍ଧା ରାଜ୍ୟରେ ୨୧ ଲକ୍ଷ ମନରେଗା କର୍ମଚାରୀଙ୍କୁ ନିଜ ପାଣ୍ଠି ପାରିଶ୍ରମିକ ଯୋଗାଇଦେବେ। କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଅନେକ ଯୋଜନା ଗୁଡ଼ିକୁ ନେଇ ଧାରଣାରେ ବସିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଶୁକ୍ରବାର ଦିନ ସହରର ବିଆର ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ୪୮ ଘଣ୍ଟିଆ ଧାରଣା ଆରମ୍ଭ କରିଥିବା ବାନାର୍ଜୀ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ପାଇଁ କେନ୍ଦ୍ରରୁ “ଅନାଦାୟ ଦେୟ” ମୁକ୍ତ କରିବାକୁ ଦାବି କରିଛନ୍ତି।

“ଫେବୃଆରୀ ୨୧ ସୁଦ୍ଧା ଶ୍ରମିକମାନେ ସେମାନଙ୍କ ବକେୟା ଟଙ୍କା ପାଇବେ। ଏହି ଟଙ୍କା ସିଧାସଳଖ ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ବୋଲି ଘୋଷଣା କରିଛନ୍ତି ମମତା। ଖାଲି ସେତିକି ନୁହେଁ, ମମତା ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାର ୨୧ ଲକ୍ଷ ମନରେଗା ଶ୍ରମିକଙ୍କ ପାରିଶ୍ରମିକ ଦେବେ। ୨ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ପାଖରେ ବାକି ରହିଥିବା ଶ୍ରମିକଙ୍କ ପାଉଣା ରାଜ୍ୟ ସରକାର ନିଜ ପାଣ୍ଠିରୁ ଦେବେ। ଫେବୃଆରୀ ୨୧ ସୁଦ୍ଧା ସବୁ ଟଙ୍କା ଶ୍ରମିକଙ୍କ ଆକାଉଣ୍ଟରେ ପହଞ୍ଚି ଯିବ।

ଅନେକ ସମୟରେ କେନ୍ଦ୍ର ପାଖରେ ଯୋଜନା ଗୁଡ଼ିକର ପାଣ୍ଠି ଅଟକି ରହିଛି ବୋଲି ଅଭିଯୋଗ କରିଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଏଥରର ଧାରଣାରେ ମଧ୍ୟ ଏହି ସମାନ ଅଭିଯୋଗ ଥିଲା। ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ବାବଦରେ କେନ୍ଦ୍ର ଠାରୁ ପାଇବାକୁ ଥିବା ପାଣ୍ଠି ପଶ୍ଚିମବଙ୍ଗକୁ ମିଳୁ ନାହିଁ ବୋଲି ଅଭିଯୋଗ କରି ମମତା ଶୁକ୍ରବାର ଠାରୁ ଦୁଇ ଦିନିଆ ଆନ୍ଦୋଳନ ଆରମ୍ଭ କରିଥିଲେ। ତେବେ ଆନ୍ଦୋଳନର ଦ୍ୱିତୀୟ ଦିନରେ ମମତା ଏପରି ଘୋଷଣା କରିଛନ୍ତି। ଯାହା ପରେ ଆଶା କରାଯାଉଛି ହିତାଧିକାରୀମାନେ ଏଥିରେ ଲାଭବାନ ହେବେ।

Leave A Reply

Your email address will not be published.