Latest Odisha News

BREAKING NEWS

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ

ଚଣ୍ଡିଗଡ: ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଉଥିବା ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି । ଗତ କିଛି ମାସ ମଧ୍ୟରେ ପଞ୍ଜାବରେ ରାଜ୍ୟପାଳ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

ରାଷ୍ଟ୍ରପତିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ପୁରୋହିତ ଉଲ୍ଲେଖ କରିଛନ୍ତି, ସେ ତାଙ୍କ ବ୍ୟକ୍ତିଗତ କାରଣ ଓ ପୂର୍ବର କିଛି ପ୍ରତିବଦ୍ଧତା ପାଇଁ ପଦରୁ ଇସ୍ତଫା ଦେଉଛନ୍ତି । ତେଣୁ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଉ । ତେବେ ରାଷ୍ଟ୍ରପତି ଭବନ ଏହି ଇସ୍ତଫାକୁ ଗ୍ରହଣ କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନି । ହେଲେ ଦିନକ ପୂର୍ବରୁ ପୁରୋହିତ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏହା ପରେ ଏହି ନିଷ୍ପତ୍ତି ସାମ୍ନାକୁ ଆସିଛି ।

ପଞ୍ଜାବରେ ‘ଆମ ଆଦମୀ ପାର୍ଟି’ କ୍ଷମତାରେ ରହିଛି । ନିର୍ବାଚିତ ସରକାର ଓ ରାଜଭବନ ମଧ୍ୟରେ ମଧ୍ୟ ବିବାଦ ମଧ୍ୟ ରହିଛି । ଗତବର୍ଷ ଅଗଷ୍ଟରେ ଏକାଧିକ ପ୍ରସଙ୍ଗରେ ରାଜ୍ୟପାଳ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ମଧ୍ୟରେ ତିକ୍ତତା ବଢିଥିଲା ।ଏପରିକି ରାଜ୍ୟପାଳ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଚେତାବନୀ ମଧ୍ୟ ଦେଇଥିଲେ ।

 

 

Leave A Reply

Your email address will not be published.