Latest Odisha News

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତ ବିଚାରପତି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତ ବିଚାରପତି । ସୁପ୍ରିମକୋର୍ଟ ଓ ହାଇକୋର୍ଟର ଅବସରପ୍ରାପ୍ତ ୨୧ ବିଚାରପତିଙ୍କ ଚିଠି । ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ କରାଯାଉଥିବା କହି ଉଦବେଗ ପ୍ରକାଶ ସହ କିଛି ତତ୍ତ୍ଵ ଏଭଳି କରୁଥିବା ଅଭିଯୋଗ ହୋଇଛି ।

ଯେଉଁମାନେ ଏହି ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ ହାଇକୋର୍ଟର ୧୭ ଜଣ ପୂର୍ବତନ ବିଚାରପତି ଏବଂ ସୁପ୍ରିମକୋର୍ଟର ଚାରିଜଣ ପୂର୍ବତନ ବିଚାରପତି ଅଛନ୍ତି । ଚିଠିରେ କୁହାଯାଇଛି ଯେ, ଯେଉଁମାନେ ଏପରି କରୁଛନ୍ତି ସେମାନେ ନ୍ୟାୟପାଳିକାକୁ ଦୁର୍ବଳ କରିବା ଏବଂ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ଏବଂ ବ୍ୟକ୍ତିଗତ ଲାଭ ପାଇଁ ନ୍ୟାୟ ବ୍ୟବସ୍ଥାରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି। ଚାପ ପକାଇ ନ୍ୟାୟପାଳିକା ଛବିକୁ ଖରାପ କରିବାକୁ ଉଦ୍ୟମ କରାଯାଉଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଅବସରପ୍ରାପ୍ତ ବିଚାରପତିମାନେ ଏହି ଘଟଣାଗୁଡ଼ିକ ବିଷୟରେ ସବିଶେଷ ତଥ୍ୟ ଦେଇନାହାଁନ୍ତି। ତେବେ ଦୁର୍ନୀତି ମାମଲାରେ ବିରୋଧୀ ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଶାସକ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ବାକଯୁଦ୍ଧ ଚାଲିଥିବା ବେଳେ ଏହି ଚିଠି ଲେଖାଯାଇଛି।

Comments are closed.