Latest Odisha News

BREAKING NEWS

ମାତ୍ର ୨୧ ବର୍ଷ ବୟସରେ ବନିଲେ ଦେଶର ସର୍ବକନିଷ୍ଠ ବିଚାରପତି !

ଜୟପୁର: ରାଜସ୍ଥାନ ଜୟପୁରର ଜନୈକ ଯୁବକ ମାତ୍ର୨୧ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ ବିଚାରପତି ହେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଯାହା ଏବେ ଯୁବପିଢିଙ୍କ ମଧ୍ୟରେ ଏକ ଉଦାହରଣ ପାଲଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ଜୟପୁରର ମାନସରୋବରରେ ଜନ୍ମିତ ମୟଙ୍କ ପ୍ରତାପ ସିଂହ ରାଜସ୍ଥାନ ଜୁଡିସିଆଲ୍ ସର୍ଭିସ୍ ପରୀକ୍ଷା ୨୦୧୮ରେ ଉତ୍ତୀର୍ଣ୍ଣ ହୋଇ ଏହି ସଫଳତା ହାସଲ କରିଛନ୍ତି । ଏହାସହ ସେ ୫ବର୍ଷର ଏଲଏଲବି ଡିଗ୍ରୀ ମଧ୍ୟ ପାଇଛନ୍ତି ।

ଏପରିକି ମୟଙ୍କ ମାତ୍ର ୨୧ ବର୍ଷ ବୟସରେ ନିଜର ପ୍ରଥମ ଚେଷ୍ଟାରେ ଏହି ସଫଳତା ପାଇ ଏକପ୍ରକାର ଇତିହାସ ରଚିଛନ୍ତି । ବର୍ତ୍ତମାନ ସେ କନିଷ୍ଠ ବିଚାରପତି ପଦବୀ ହାସଲ କରିଥିବା ବେଳେ ଖୁବଶୀଘ୍ର ତାଙ୍କୁ ଜଜ୍ ଆସନରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ, ଏହି ପରୀକ୍ଷା ପାଇଁ ବୟସ ସୀମା ପୂର୍ବରୁ ୨୩ ବର୍ଷ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୨୧ ବର୍ଷ କରାଯାଇଛି । ଏହି ପରିବର୍ତ୍ତନ ଗତ ଜାନୁଆରୀ ମାସରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ଦ୍ୱାରା କରାଯାଇଥିଲା ।

Leave A Reply

Your email address will not be published.