Latest Odisha News

BREAKING NEWS

ରାୟଗଡାରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥିତ ଗୁଡାରୀ ଅଞ୍ଚଳରୁ ଶୁକ୍ରବାର ଦିନ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଆଜି ସକାଳେ ଦଣ୍ଡାସି ସାହି ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ପରେ ଚାରିଆଡେ ଖୋଜାଖୋଜି କରିବା ସେମାନେ ଉକ୍ତ ନବଜାତ ଶିଶୁଟିକୁ ପାଇଥିଲେ । ପରେ ଏନେଇ ଲୋକମାନେ ପୋଲିସକୁ ଜଣାଇଥିଲେ ।

ପରବର୍ତ୍ତୀ ସମୟରେ ଉକ୍ତ ନବଜାତକକୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.