Latest Odisha News

BREAKING NEWS

ପଞ୍ଚାୟତିରାଜ ବିଭାଗରେ ଯୋଗଦେଲେ ୨୧୦ଜଣ ସହକାରୀ ଯନ୍ତ୍ରୀ

ଭୁବନେଶ୍ବର : ପଞ୍ଚାୟତିରାଜ ବିଭାଗର ନୂଆ କ୍ୟାଡର ତିଆରି ପରେ ପ୍ରଥମ ବ୍ୟାଚରେ ୨୧୦ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ଆଜିର ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମରେ ଗ୍ରାମୀଣ ଗୃହ ଓ ପାନୀୟ ଜଳ ଯୋଗାଣ ଦୁଇଟି ଫ୍ଲାଗସିପ୍ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ଗାଁର ସମସ୍ତ କଚ୍ଚାଘରକୁ ପକ୍କାଘର କରିବା ନେଇ ଡେଡ୍‌ଲାଇନ୍‌ ସ୍ଥିର ହୋଇଛି । ସେହିପରି ପ୍ରତିଘରକୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ୨୦୨୪ ଟାର୍ଗେଟ ଦିଆଯାଇଛି । ଏଥିପାଇଁ ପଞ୍ଚାୟତସ୍ତରରେ ମାନବ ସମ୍ବଳ ବିକାଶ ନିଯୁକ୍ତିକୁ ଗୁରୁତ୍ବ ଦେଉଛନ୍ତି ସରକାର ।

ଆଜିର ନିଯୁକ୍ତି ସରକାରଙ୍କ ଫ୍ଲାଗସିପ୍ ଯୋଜନାକୁ ଆହୁର ତ୍ବରାନ୍ବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି । ଏହାସହ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଗରିବଙ୍କୁ ସରକାରୀ ଯୋଜନାର ଫାଇଦା ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ନବନିଯୁକ୍ତ ସମସ୍ତ ଇଞ୍ଜିନିୟର ନିଜର ଉଦ୍ୟମ ଦ୍ବାରା ଏହି ଯୋଜନାର ସଫଳ ରୂପାୟନ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଛନ୍ତି । ଲୋକଙ୍କ ପାଇଁ କାମ କରିବାକୁ ତେଣୁ ସେମାନଙ୍କ ପାଇଁ ନବ ନିଯୁକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.