Latest Odisha News

BREAKING NEWS

ହରିଦ୍ବାର ହେଟ୍ ସ୍ପିଚ୍ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ହରିଦ୍ବାର ହେଟ୍ ସ୍ପିଚ୍ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆୟୋଜିତ ଧର୍ମ ସଂସଦରେ ଦେଶରେ ଗଣହତ୍ୟା କରିବା ଲାଗି ବାବାଙ୍କ ଆହ୍ବାନକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ । କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କ ଦ୍ବାରା ଆଗତ ଏକ ପିଟିସନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣା ଏହା କହିଛନ୍ତି । ଧର୍ମ ସଂସଦରେ ଦିଆଯାଇଥିବା ଘଟଣାରେ ପିଟିସନ ଦାୟର କରିଥିବା ସିବଲ କହିଛନ୍ତି, ଧର୍ମ ସଂସଦରେ ସତ୍ୟମେବ ଜୟତେ ବଦଳରେ ସଶସ୍ତ୍ରମେବ ଜୟତେ ସ୍ଲୋଗାନ ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରାଯିବା ଆବଶ୍ୟକ ।

ଗତ ଡିସେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ ଆୟୋଜିତ ଧାର୍ମିକ ସମାବେଶରେ ମୁସଲିମ ମାନଙ୍କୁ ହତ୍ୟା କରିବା ଲାଗି ଧାର୍ମିକ ବାବାମାନେ ଆହ୍ବାନ ଦେଇଥିଲେ । ପ୍ରଥମେ ଓ୍ବାସିମ ରିଜଭଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଓ୍ବାସିମ ନିଜକୁ ଜିତେନ୍ଦ୍ର ତ୍ୟାଗୀ ନାମରେ ପରିଚିତ କରାଥିଲେ । ପରେ ସାଗର ସିଧୁ ମହାରାଜ, ୟାତି ନରସିଂହ୍ମାନନ୍ଦ, ଧରମଦାସ ଓ ପୂଜା ସକୁନ ପାଣ୍ଡେ ଓ ସାଧ୍ବୀ ଅନ୍ନପୂର୍ଣ୍ଣାଙ୍କ ନାମରେ ଏତଲା ଦିଆଯାଇଥିଲା । ୟାତି ନରସିଂହ୍ମାନନ୍ଦଙ୍କ ଦ୍ବାରା ଏହି ଧାର୍ମିକ ସଂସଦର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.