Latest Odisha News

BREAKING NEWS

କରୋନା ମହାମାରୀ: ଗଞ୍ଜାମରେ ୧୦ ଦିନରେ ୨୧୦ ଆକ୍ରାନ୍ତ ଚିହ୍ନଟ

ବ୍ରହ୍ମପୁର: ରାଜ୍ୟରେ ବିଜୁଳି ବେଗରେ ମାଡିଚାଲିଛି କରୋନା ମାମଲା। ଦେଖୁ ଦେଖୁ ଏହା ୫୩୮ ରେ ପହଂଚିଲାଣି । ଓଡ଼ିଶାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୧୦ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରଥମ କରୋନାଭାଇରସ୍ ଆକ୍ରାନ୍ତ ମେ ୨ ରେ ଚିହ୍ନଟ ହୋଇଥିଲା । ଦୁଇଜଣ ସୁରଟ ଫେରନ୍ତା ଯୁବକଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା।

ସେହି ଦିନଠାରୁ, ଏହି ସଂଖ୍ୟା ୨୧୦ କୁ ବୃଦ୍ଧି ପାଇଛି ଏବଂ ପ୍ରାୟ ପ୍ରତ୍ୟେକ ଦିନ ନୂଆ ମାମଲା ରିପୋର୍ଟ ହେଉଛି ।ଚିହ୍ନଟ ଅଧିକାଂଶ ରୋଗୀ ହେଉଛନ୍ତି ସୁରତ ଫେରନ୍ତା ।

ବୁଧବାର ଦିନ, ଜିଲ୍ଲାରେ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଗଞ୍ଜାମରେ କରୋନା ମାମଲାରେ ଏହା ହେଉଛି ଏକକ ଦିନରେ ସର୍ବାଧିକ ମାମଲା ।

ସୋମବାର ଦିନ ପ୍ରାୟ ୨୧ଜଣ ଏହି ଜୀବାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ସୁରତ ଫେରନ୍ତା ।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଗଞ୍ଜାମରେ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ସଂଖ୍ୟା ତାରିଖ ଅନୁସାରେ…

ମଇ ୨: ୨ ଜଣ

ମଇ ୩:୦ଜଣ

ମଇ ୪:୧ ଜଣ

ମଇ ୫:୧ ଜଣ

ମଇ ୬: ୧୭ଜଣ

ମଇ ୭: ୨୬ଜଣ

ମଇ୮: ୩୬ ଜଣ

ମଇ ୯: ୩୫ଜଣ

ମଇ ୧୦: ୧୯

ମଇ ୧୧: ୨୧ ଜଣ

ମଇ ୧୨:୫୨ ଜଣ

ଏହି ରୋଗୀମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କେରଳ ଫେରନ୍ତା ।

ମଇ ୧୯ ରେ ଜିଲ୍ଲାରେ ମଧ୍ୟ ଗୋଟିଏ କରୋନା ଜନିତ ମୃତ୍ୟୁ ଘଟିଥିଲା।
ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ଜିଲ୍ଲା ପାଇଁ ଏହି ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି ।

ସରକାରୀ ତଥ୍ୟ ଅନୁଯାୟୀ, ପ୍ରାୟ ୩ ଲକ୍ଷ ପ୍ରବାସୀ ଗଞ୍ଜାମକୁ ଫେରିବା ପାଇଁ ପଞ୍ଜୀକୃତ କରିଛନ୍ତି। ଆହୁରି ମଧ୍ୟ ହଜାର ହଜାର ପଞ୍ଜୀକୃତ ହୋଇନଥିବା ପ୍ରବାସୀ ହୁଏତ ଗଞ୍ଜାମ ଫେରୁଥାଇ ପାରନ୍ତି।

କୋଭିଡ୧୯ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହାୟତା କରିବା ପାଇଁ ଓଡିଶା ସରକାର ତିନିଜଣ ଆଇଏଏସ୍ ଅଧିକାରୀ ଏବଂ ପାଞ୍ଚ ଜଣ ଓଏଏସ ଅଧିକାରୀଙ୍କୁ ନିୟୋଜିତ କରିସାରିଛନ୍ତି।

Comments are closed.