Latest Odisha News

BREAKING NEWS

୨୧,୦୦୦ ଲିଟର ପିଡିଏସ୍ କିରୋସିନ୍ ଜବତ, ୩ ଅଟକ

କଟକ: ଜବତ ହେଲା ବିପୁଳ ପିଡିଏସ୍ କିରୋସିନ୍ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ପୁଲିସର ସହଯୋଗରେ ଚର୍ଚ୍ଚ ବଉଳ ଅଂଚଳରେ ଏସଟିଏଫ ଅତର୍କିତ ଚଢ଼ାଉ କରି ୨୧ ହଜାର ଲିଟର ପିଡିଏସ କିରାସିନି ଜବତ କରିଛି । ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ଏସ୍‌ଟିଏଫ୍ ।

ଅଟକ ୩ ଜଣ ହେଲେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କେଲାର ଗାଁର ଗୋକୁଳାନନ୍ଦ ପାଳ, ଗଂଜାମ ଜିଲ୍ଲାର ରାଧେଶ୍ୟାମ ବାରିକ ଓ ଗଂଜାମ ଜିଲ୍ଲାର ଗୋଲନ୍ଥରା ଅଂଚଳର ଜିତେନ୍ଦ୍ର ରାଉତଙ୍କୁ ଅଟକ ରଖିଛି ।

ଏଥିସହ ଏସଟିଏଫ ୨ଟି ଟ୍ୟାଙ୍କର, ଗୋଟିଏ ଇଲେକ୍ଟ୍ରି ମୋଟର, ୫ଟି ଖାଲି ଥିବା ଡ୍ରମ, ପ୍ଲାଷ୍ଟିକ ପାଇପ, କ୍ୟାମିକାଲ, ନଗଦ ୧୮ ହଜାର ୬୦୦ ଟଙ୍କା ଜବତ କରିଛି । ତେବେ ଘଟଣାସ୍ଥଳରୁ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ କ୍ଷୀରୋଦ ଚନ୍ଦ୍ର ପାତ୍ର ଫେରାର ହୋଇଯାଇଛନ୍ତି ।

ତେବେ ପୁଲିସ ଜାଣିବାକୁ ପାଇଛି ଯେ, ଏଠାରେ କିରାସିନିରେ ରସାୟନିକ ସାମଗ୍ରୀ ମିଶାଇ ନକଲି ଡିଜେଲ ପ୍ରସ୍ତୁତ କରାଯାଉଥିଲା । କିରାସିନିକୁ ଡିଜେଲ ଦରରେ ବିକ୍ରି କରି ଅଭିଯୁକ୍ତମାନେ ବିପୁଳ ଟଙ୍କା ରୋଜଗାର କରୁଥିଲେ । ଏ ସଂକ୍ରାନ୍ତରେ ଗୁରୁଡ଼ିଝାଟିଆ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.