Latest Odisha News

BREAKING NEWS

ୟୁଏଇରୁ ସ୍ୱତନ୍ତ୍ର ବିମାନରେ ଫେରିଲେ ୨୧୫ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ୟୁଏଇରୁ ପ୍ରବାସୀ ଓଡିଆଙ୍କୁ ନେଇ ଭୁବନେଶ୍ୱରରେ ପହଞ୍ଚିଲା ସ୍ୱତନ୍ତ୍ର ବିମାନ । ବିମାନରେ ୨୧୫ ଜଣ ପ୍ରବାସୀ ଓଡିଆ ଥିବା ଜଣାପଡିଛି । ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯିବ । ଏହି ବିମାନ ସାରଜାହାରୁ ଆଜି ସକାଳ ୮ଟାରେ ଉଡାଣ ଭରିଥିଲା ।

ସବୁଠୁ ବଡ କଥା ହେଉଛି ଏହି ଚାଟାର୍ଡ ପ୍ଲେନ୍‌ରେ ଓଡ଼ିଆ ପାଇଲଟ ମଧୁସ୍ମିତ ପଟ୍ଟନାୟକଏହି ପ୍ରବାସୀଙ୍କୁ ୟୁଏଇରୁ ଉଡାଇ ଆଣିଛନ୍ତି । କରୋନା ଭାଇରସ ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନରେ ଏହି ଚାଟାର୍ଡ ପ୍ଳେନ ଭୁବନେଶ୍ୱର ଆସିଛି । ୟୁଏଇର ଓଡ଼ିଆ ସମାଜ କିଛି ଯାତ୍ରୀଙ୍କ ଟିକେଟ ଦେଇଛିନ୍ତି । ଅନ୍ୟ ଯାତ୍ରୀମାନେ ନିଜସ୍ୱ ଖର୍ଚ୍ଚରେ ଆସିଛନ୍ତି ।

Leave A Reply

Your email address will not be published.