Latest Odisha News

ପୁଣି ଫେରୁଛି ଏକବିଂଶ ଶତାବ୍ଦୀର ଲୋକପ୍ରିୟ ଟ୍ରେଣ୍ଡ୍‌…

ନୂଆଦିଲ୍ଲୀ: ଫ୍ୟାଶନ୍‌ ବିୟୁଟିକୁ ନେଇ ବର୍ତ୍ତମାନ ସମୟରେ ଅନେକ ଟ୍ରେଣ୍ଡ୍‌ ବାହାରିଲାଣି। ତେବେ ଏହି ଦୁଇ ଦଶନ୍ଧି ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଅନେକ ପରୀକ୍ଷଣ ମଧ୍ୟ ଘଟିଛି। ତେବେ ପୁଣି ଥରେ ଏବେ ଏକବିଂଶ ଶତାବ୍ଦୀର ଲୋକପ୍ରିୟ ଟ୍ରେଣ୍ଡ୍‌ ଫେରୁଛି।

ଏକବିଂଶ ଶତାବ୍ଦୀର ଏକ ଲୋକପ୍ରିୟ ବିୟୁଟି ଟ୍ରେଣ୍ଡ୍‌ ଥିଲା। ଯାହା ବଲିଉଡ୍‌ର ନାୟିକାଙ୍କ ପ୍ରୀତି ଜିଣ୍ଟା, ରାନୀ ମୁଖାର୍ଜୀଠାରୁ ଆରମ୍ଭ କରି ଏବଂ ଛୋଟ ପରଦାରେ କୋମୋଲିକା ପର୍ଯ୍ୟନ୍ତ ଚାଲିଥିଲା। କଭି ଖୁସୀ କଭି ଗମ୍ ଚଳଚ୍ଚିତ୍ରରେ କରୀନା କପୁରଙ୍କୁ ଏହି ଟ୍ରେଣ୍ଡ୍‌ ବ୍ୟବହାର ଦେଖିବାକୁ ମିଳିଥିଲା।

ସେତେବେଳ ସମୟରେ ମେକ୍‌ଅପ୍‌ ସମୟରେ ଆଖିର ଧାରରେ ବିନ୍ଦି ବ୍ୟବହାରକୁ ନେଇ ନୂତନ ଟ୍ରେଣ୍ଡ୍‌ ବାହାରିଥିଲା। ତେବେ ଏହି ଧାରାକୁ ପୁଣି ଫେରାଇ ଆଣିଛନ୍ତି ଅଭିନେତ୍ରୀ ସୋନମ କପୁର। ନିକଟରେ ତାଙ୍କୁ ଏକ ଧଳା ଶାଢୀ ସହିତ ଆଖି ଧାରରେ ଏକ ବିନ୍ଦି ପିନ୍ଧିଥିବାର ଦେଖିବାକୁ ମିଳିଥିଲା।

ଏହାସହିତ ୨୦୦୦ ଦଶକର ସିଲଭର ଆଖି ମେକଅପ୍‌ର ଧାରା ମଧ୍ୟ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା।କିନ୍ତୁ ବର୍ତ୍ତମାନ ପୁଣି ଥରେ ଏହା ଟ୍ରେଣ୍ଡରେ ରହିଛି, କାରଣ ଅନେକ ସେଲିବ୍ରିଟି ଏହାକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

Comments are closed.