Latest Odisha News

ପୁଣି ବଢିଲା ସୁନା ଦର: ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦାମ୍…

ଭୁବନେଶ୍ବର: ପୁଣି ସାମାନ୍ୟ ବଢିଲା ସୁନା ଦର । ବିବାହ ଋତୁରେ ଏବେ ସୁନା ଦର ଚିନ୍ତା ବଢାଇଥିବା ବେଳେ ଲୋକଙ୍କ ଚାହିଦା ଦେଖି ଆହୁରି ବୃଦ୍ଧି ହେବାରେ ଲାଗିଛି ସୁନା ଦର । ସୁନା ଦର ୮୦ ଡେଇଁଛି ।

କୁହାଯାଉଥିଲା, ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ । ଚଳିତ ଆର୍ଥିକ ବର୍ଷର ବଜେଟ୍ ଆସିବା ପରେ ଏଥିରେ ଟିକେ ଆଶ୍ବସ୍ତି ମିଳିବ । ହେଲେ ସବୁ କିଛି ଓଲଟା ଦେଖିବାକୁ ମିଳିଛି । ସୁନାଦର ବଢିବାକୁ ଲାଗିଛି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପ୍ରତି ୨୨ କ୍ୟାରେଟ୍ ସୁନା ଦର ୮୦,୩୫୦ ଟଙ୍କା ଥିବା ବେଳେ ଆଜି ଏହା ବୃଦ୍ଧି ପାଇ ୮୦,୭୦୦ ଟଙ୍କାରେ ପହଞ୍ଚିଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନା ଦର ୮୭,୬୫୦ ଟଙ୍କାରୁ କମି ୮୮,୦୪୦ ଟଙ୍କାରେ ପହଞ୍ଚିଛି।

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୮୦,୭୦୦ ଟଙ୍କା ରହିଛି। ଏହା ଛଡା ରୁପା ଦରରେ ସାମାନ୍ୟ ବୃଦ୍ଧି ପାଇଛି । ଶୁଦ୍ଧ ରୂପା ୧୦ ଗ୍ରାମ୍ ପିଛା ୧୦୭୦ ଟଙ୍କା ରହିଥିବା ବେଳେ ୧୦୦ ଗ୍ରାମ୍ ପିଛା ୧୦,୭୦୦ ଓ ୧ କେଜି ପିଛା ୧,୦୭,୦୦୦ ଟଙ୍କା ରହିଛି।

Comments are closed.