Latest Odisha News

BREAKING NEWS

ରାସ୍ତାରେ ପ୍ରବାହିତ ହେଲା ୨୨ ଲକ୍ଷ ଲିଟର ମଦର ବନ୍ୟା, ପଶିଗଲା ଲୋକଙ୍କ ଘରେ

ପର୍ତ୍ତୁଗାଲ: ଦୁନିଆରେ ଏମିତି କିଛି ଘଟଣା ଘଟେ ଯାହାକୁ ଆଖି ଦେଖିଲେ ବି ବିଶ୍ୱାସ କରି ହୁଏନାହିଁ । କେଉଁଠି ଆକାଶରୁ ମାଛ ବର୍ଷା ହୁଏ ତ ଆଉ କେଉଁଠି ରାସ୍ତାରେ ବିଡ଼ା ବିଡ଼ା ନୋଟ୍ ଫିଙ୍ଗାଯାଏ । ନିକଟରେ ପର୍ତ୍ତୁଗାଲରେ ମଧ୍ୟ ଏଭଳି ଏକ ଅଦ୍ଭୁତ ଘଟଣା ଘଟିଛି, ଯେଉଁଠାରେ ଏକ ଛୋଟ ସହରର ରାସ୍ତାରେ ବନ୍ୟାପାଣି ପରି ମଦ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

BjdElectrycity

ପର୍ତ୍ତୁଗାଲର ସାଓ ଲୋରେନୋ ଦେ ବାଇରୋରେ ଏହି ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ହଠାତ ରାସ୍ତାରେ ବନ୍ୟା ପାଣି ପରି ରେଡ ୱାଇନ ପ୍ରବାହିତ ହେବାକୁ ଲାଗିଥିଲା, ଯାହା ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଲେ । ଏମିତି କି ବହୁ ଲୋକଙ୍କ ଘରେ ମଧ୍ୟ ରେଡ ୱାଇନ ପଶିଯାଇଥିଲା । ଲୋକେ କ’ଣ କରିବେ କିଛି ଜାଣି ପାରି ନ ଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଖବରପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ôଚ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ । ଶର୍ଟିମା ନଦୀରେ ରେଡ ୱାଇନ ମିଶିବା ପୂର୍ବରୁ ଏହାର ସ୍ରୋତକୁ ନିକଟସ୍ଥ ଏକ ଚାଷ ଜମିକୁ ପଠାଇ ଦିଆଯାଇଥିଲା ।

ବାସ୍ତବରେ, ଏହି ମଦ ରାସ୍ତାରେ ସହରର ଏକ ପାହାଡରୁ ପ୍ରବାହିତ ହେବାକୁ ଲାଗିଥିଲା, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ୨୨ଲକ୍ଷ ଲିଟରରୁ ଅଧିକ ରେଡ ୱାଇନ ନେଇ ଯାଉଥିବା ଟ୍ୟାଙ୍କର ଫାଟିଯିବା ଯୋଗୁ ଏଭଳି ଘଟଣା ଘଟିଥିବା ଜାଣିବାକୁ ମିଳିଛି ।

 

Leave A Reply

Your email address will not be published.