Latest Odisha News

BREAKING NEWS

୧୦ ବର୍ଷ ପରେ ପରଦାକୁ ଫେରିବେ ଗୋପୀ ବୋହୂ

ମୁମ୍ବାଇ: ଦୀର୍ଘ ୧୦ ବର୍ଷ ପରେ ଖୁବ୍‌ଶୀଘ୍ର ପରଦାକୁ ଫେରିବେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦେଭୋଲିନା ଭଟ୍ଟାଚାର୍ଜ ତଥା ଗୋପୀ ବୋହୂ । ବହୁ ବର୍ଷ ଧରି ଅଭିନୟ ଦୁନିଆରୁ ଦୂରରେ ଥିବା ଗୋପୀ ବୋହୂ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଚଳାଇଛନ୍ତି । ଏବେ ସେ ଧାରାବାହିକ ‘ଦିଲ୍ ଦିୟାନ୍ ଗାଲାନ୍‌\’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଧାରାବାହିକକୁ ନେଇ ସେ ବହୁତ ଉତ୍ସାହିତ ଥିବା ଜଣାପଡିଛି ।

ଅଭିନେତ୍ରୀ ଦେଭୋଲିନା ଟିଭି ଧାରାବାହିକ ‘ସାଥ ନିଭାନା ସାଥିଆ\’ରେ ଗୋପୀ ବୋହୂ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ । ଏଥିସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟି କରିଥିଲେ । ଗତ କିଛି ବର୍ଷ ହେବ ଦେଭୋଲିନା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ । ସେ ତାଙ୍କ ଜିମ୍ ପ୍ରଶିକ୍ଷକ ତଥା ପ୍ରେମିକ ଶାହନାୱାଜ ଶେଖଙ୍କୁ ବିବାହ କରିଥିଲେ । ଜଣେ ମୁସଲମାନଙ୍କୁ ବିବାହ କରିବାରୁ ତାଙ୍କୁ ଅନେକ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା । ପରେ ସେ ଅଭିନୟରୁ ବିରତି ନେଇଥିଲେ । ଦୀର୍ଘ ୧୦ ବର୍ଷ ପରେ ଏବେ ଦେଭୋଲିନା ପୁଣି ଥରେ ପରଦାକୁ ଫେରୁଛନ୍ତି । ଧାରାବାହିକ ‘ଦିଲ୍ ଦିୟା ଗାଲାନ’ରେ ନଜର ଆସିବେ । ପୂର୍ବ ପରି ଦର୍ଶକ ମୋତେ ଭଲ ପାଇବା ଦେବେ ବୋଲି ସେ ଆଶା ରଖିଛନ୍ତି ।

ଟିଭି ଦୁନିଆରେ ଦେଭୋଲିନା ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ବିଭିନ୍ନ ଧାରାବାହିକରେ ଅଭିନୟ କରିବା ସହ ଅନେକ ରିଅଲିଟି ଶୋ’ରେ ଦେଖିବାକୁ ମିଳିଥିଲା । ବିଗ୍ ବସ୍ ସିଜିନ୍ ୧୩ର ପ୍ରତିଯୋଗୀ ମଧ୍ୟ ସାଜିଥିଲେ । ହେଲେ ଗୋପୀ ବୋହୂ ଭୂମିକା ତାଙ୍କୁ ବେଶୀ ଲୋକପ୍ରିୟ କରିଥିଲା ।

Leave A Reply

Your email address will not be published.