Latest Odisha News

BREAKING NEWS

ଜୁଲାଇ ପହିଲାରୁ ପୂର୍ବତଟ ରେଳପଥରୁ ଚଳାଚଳ କରିବ ୨୨ ଯୋଡା ସ୍ପେଶାଲ ଟ୍ରେନ୍

ଭୁବନେଶ୍ବର : ଜୁଲାଇ ପହିଲାରୁ ପୂର୍ବତଟ ରେଳପଥରୁ ଚଳାଚଳ କରିବ ୨୨ ଯୋଡା ସ୍ପେଶାଲ ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରୁ ପୂର୍ବ ଘୋଷଣା ଅନୁଯାୟୀ ଜୁନ ମାସ ଶେଷ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଏହି ୨୨ ଯୋଡ଼ା ସ୍ପେଶାଲ ଟ୍ରେନକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ନୂଆ ନିଷ୍ପତ୍ତି ଅନୁସାରେ ପୁରୀରୁ ଛାଡୁଥିବା ଟ୍ରେନ୍ ଗୁଡିକ ହେଲା – ୦୮୪୭୭/୦୮୪୮୮ ପୁରୀ-ଯୋଗ ନାଗରୀ ଋଷିକେଶ-ପୁରୀ, ୦୨୮୬୬/୦୨୮୬୫ ପୁରୀ-ମୁମ୍ବାଇ ଏଲଟିଟି- ପୁରୀ, ୦୮୪୯୯/୦୮୪୫୦ ପୁରୀ-ପାଟନା-ପୁରୀ, ୦୮୪୧୯/୦୮୪୨୦ ପୁରୀ-ଜୟନଗର-ପୁରୀ, ୦୨୮୨୭/୦୨୮୨୮ ପୁରୀ-ସୁରଟ-ପୁରୀ,
୦୨୮୫୯/୦୨୮୬୦ ପୁରୀ-ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ବିଶେଷ ଟ୍ରେନ୍ । ତେବେ ୦୮୪୭୭/୦୮୪୮୮ ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ ସ୍ପେଶାଲ୍ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଏବଂ ଅନ୍ୟ ଟ୍ରେନ୍ ଗୁଡିକ ସ୍ଥିରୀକୃତ ଦିବସ ମାନଙ୍କରେ ରଥ ଯାତ୍ରା ସମୟରେ କୋଭିଡ୍ ନିୟମ ଦୃଷ୍ଟିରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଉଭୟ ଦିଗରୁ ବାତିଲ୍ ରହିବ ।

ଭୁବନେଶ୍ୱରରୁ ଛାଡୁଥିବା ବିଶେଷ ଟ୍ରେନ ହେଲା – ୦୨୮୧୯/୦୨୮୨୦ ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର, ୦୨୮୮୦/୦୨୮୭୯ ଭୁବନେଶ୍ୱର-ମୁମ୍ବାଇ ଏଲଟିଟି- ଭୁବନେଶ୍ୱର, ୦୮୪୭୯/୦୮୪୮୦ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର, ୦୨୮୩୯/୦୨୮୪୦ ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ-ଭୁବନେଶ୍ୱର, ୦୨୮୪୫/୦୨୮୪୬ ଭୁବନେଶ୍ୱର-ବାଙ୍ଗାଲୋର କ୍ୟାଣ୍ଟ-ଭୁବନେଶ୍ୱର, ୦୨୮୯୮/୦୨୮୯୭ ଭୁବନେଶ୍ୱର-ପଣ୍ଡିଚେରୀ-ଭୁବନେଶ୍ୱର ଏବଂ ୦୮୪୯୬/୦୮୪୯୫ ଭୁନେଶ୍ୱର-ରାମେଶ୍ୱରମ୍-ଭୁବନେଶ୍ୱର ବିଶେଷ ଟ୍ରେନ ।

ସମ୍ବଲପୁରରୁ ଛାଡୁଥିବା ବିଶେଷ ଟ୍ରେନ୍ ହେଲା – ୦୮୩୦୬/୦୮୩୦୫ ସମ୍ବଲପୁର-ହାଓ୍ବଡ଼ା-ସମ୍ବଲପୁର ଏବଂ ୦୮୩୧୧/୦୮୩୧୨ ସମ୍ବଲପୁର-ମାଣ୍ଡୁଆଡିହ-ସମ୍ବଲପୁର ବିଶେଷ ଟ୍ରେନ୍ ।

ବିଶାଖାପାଟନମ୍ ଠାରୁ ଛାଡୁଥିବା ବିଶେଷ ଟ୍ରେନ୍ ହେଲା – ୦୨୮୫୧/୦୨୮୫୨ ଓ ୦୨୮୮୭/୦୨୮୮୮ ବିଶାଖାପାଟନମ୍-ନିଜାମୁଦ୍ଦିନ-ବିଶାଖାପାଟନମ୍, ୦୨୮୬୯/୦୨୮୭୦ ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ୍-ବିଶାଖାପାଟନମ୍, ୦୨୮୫୭/୦୨୮୫୮ ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି-ବିଶାଖାପାଟନମ୍, ୦୮୫୦୧/୦୮୫୦୨ ବିଶାଖାପାଟନାମ୍-ଗାନ୍ଧୀଧାମ-ବିଶାଖାପାଟନମ, ୦୭୪୮୮/୦୭୪୮୭ ବିଶାଖାପାଟନାମ୍-କଡପ୍ପା-ବିଶାଖାପାଟନମ ଏବଂ ୦୨୮୩୧/୦୨୮୩୨ ବିଶାଖାପାଟନାମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ ବିଶେଷ ଟ୍ରେନ୍ ।

ଏହାସହିତ ଆଉ କିଛି ଟ୍ରେନ ଚଳାଚଳରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନ ଗୁଡିକ ହେଲା – ୦୨୮୧୯/୦୨୮୨୦ ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱରର, ୦୨୮୮୦/୦୨୮୭୯ ଭୁବନେଶ୍ୱର-ମୁମ୍ବାଇ ଏଲଟିଟି- ଭୁବନେଶ୍ୱର, ୦୮୪୭୯/୦୮୪୮୦ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର, ୦୨୮୩୯/୦୨୮୪୦ ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ-ଭୁବନେଶ୍ୱର, ୦୨୮୪୫/୦୨୮୪୬ ଭୁବନେଶ୍ୱର-ବାଙ୍ଗାଲୋର କ୍ୟାଣ୍ଟ-ଭୁବନେଶ୍ୱର, ୦୨୮୯୮/୦୨୮୯୭ ଭୁବନେଶ୍ୱର-ପଣ୍ଡିଚେରୀ-ଭୁବନେଶ୍ୱର, ୦୮୪୯୬/୦୮୪୯୫ ଭୁବନେଶ୍ୱର-ରାମେଶ୍ୱରମ୍-ଭୁବନେଶ୍ୱର, ୦୮୪୪୯/୦୮୪୫୦ପୁରୀ-ପାଟନା-ପୁରୀ, ୦୮୪୧୯/୦୮୪୨୦ ପୁରୀ-ଜୟନଗର-ପୁରୀ, ୦୨୮୨୭/୦୨୮୨୮ ପୁରୀ-ସୁରଟ-ପୁରୀ, ୦୨୮୫୯/୦୨୮୬୦ ପୁରୀ-ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ବିଶେଷ ଟ୍ରେନ୍ । ଏହି ଟ୍ରେନ ଗୁଡିକ ପାଇଁ ସ୍ଥିରୀକୃତ ରହଣି ସ୍ଥାନ ଓ ଷ୍ଟେସନରେ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବନାହିଁ ।

Leave A Reply

Your email address will not be published.