Latest Odisha News

BREAKING NEWS

ସ୍କୁଲରେ ପଢ଼ାଯିବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ସ୍କୁଲରେ ଛାତ୍ରଛାତ୍ରୀ ପଢ଼ିବେ ‘ବନ୍ଦେ ଉତ୍କଳ ଜନନୀ’ । ସିଲାବସରେ ସ୍ଥାନ ପାଇଲା ‘ବନ୍ଦେ ଉତ୍କଳ ଜନନୀ’  । ଏବେ ସ୍କୁଲରେ ଏହି ସଂଗୀତ ପଢ଼ାଯିବ । ନବମ ଓ ଦଶମ ଶ୍ରେଣୀରେ ପ୍ରଥମ ଭାଷା ଓଡ଼ିଆ ବିଷୟରେ ବନ୍ଦେ ଉତ୍କଳ ଜନନୀକୁ ସ୍ଥାନ ମିଳିଛି  । ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ହୋଇଥିବା ଏହି ଗୀତକୁ ଓଡ଼ିଶାର ରାଜ୍ୟ ସଂଗୀତ ଭାବେ ମାନ୍ୟତା ମିଳିଛି ।

ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଏହି ଗୀତଟି ରାଜ୍ୟଗାନ ଭାବେ ଆଦୃତି ଲାଭ କରିଥିଲା । ୧୯୯୪ରେ ବିଧାନସଭାରେ ଛିଡ଼ାହୋଇ ସମସ୍ତ ସଦସ୍ୟ ଏହାକୁ ଜାତୀୟ ସଙ୍ଗୀତ ପରି ସମ୍ମାନର ସହିତ ଗାନ କରିଥିଲେ । ସେବେଠାରୁ ବିଧାନସଭାରେ ଏହି ପରମ୍ପରା ଚାଲି ଆସୁଛି ।

ଏବେ ଏହି ସଙ୍ଗୀତ ସମସ୍ତ ସରକାରୀ କାର୍ଯ୍ୟକ୍ରମରୁ ନେଇ ଓଡ଼ିଶା ବିଧାନସଭା ଅଧିବେଶନ, ସ୍କୁଲ , କଲେଜ ଓ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାନ କରାଯିବ ।

Leave A Reply

Your email address will not be published.