Latest Odisha News

ତାଣ୍ଡବ ରଚିଲା ବାତ୍ୟା ‘ବିପର୍ଯ୍ୟୟ’; ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ, ୨୨ ଆହତ ୨ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଝିରାତିରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ବିପର୍ଯ୍ୟୟ’। ଗୁଜରାଟର ଜଖଉ ପୋର୍ଟ ନିକଟରେ ମାଡ ହେଲା ବାତ୍ୟା। ଲ୍ୟାଣ୍ଡଫଲ୍ ପରେ ବିପର୍ଯ୍ୟୟ ଘଟାଇଲା ବାତ୍ୟା ‘ବିପର୍ଯ୍ୟୟ’। ଗୁଜରାଟ କଚ୍ଛ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା। ପ୍ରବଳ ବର୍ଷା ଓ ପବନରେ ଭାଙ୍ଗିଲା ଗଛ, ଉଡ଼ିଲା ଛପର।

ସୂଚନା ଅନୁସାରେ ୧୪୫ ବେଗରେ ପବନ ବହିବାରୁ ସ୍ଥାନେ ସ୍ଥାନେ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ। ଏବେ ୯୪୦ ଗାଁ ଅନ୍ଧାରରେ ଥିବା ବେଳେ ଭୁଜ୍ ଓ ଦ୍ବାରକାରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ସେହିପରି ଗୁଜରାଟ କଚ୍ଛ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଭୟଙ୍କର ବାତ୍ୟାରେ ୨୨ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ରାତିସାରା ବାତ୍ୟା ବିପର୍ଯ୍ୟୟ ତାଣ୍ଡବ ରଚିବା ପରେ ଏବେ ଦୁର୍ବଳ ହୋଇ ରାଜସ୍ଥାନ ମୁହାଁ ହୋଇଛି ବାତ୍ୟା ‘ବିପର୍ଯ୍ୟୟ’।

Leave A Reply

Your email address will not be published.