Latest Odisha News

BREAKING NEWS

ସକାଳ ୫.୩୦ ସୁଦ୍ଧା ରାଜଧାନୀ ତାପମାତ୍ରା ୩୦.୨ ଡ଼ିଗ୍ରୀ, ଆଗାମୀ ୩ଦିନ ଯାଏଁ ତାତିବ ଉପକୂଳ

ଭୁବନେଶ୍ୱର: ଅସହ୍ୟ ହୋଇଛି ଖରା ଆଉ ଗରମ। ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦ ଡିଗ୍ରୀ ଛୁଇଁଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଆଜି ସକାଳ ୫. ୩୦ ସୁଦ୍ଧା ଭୁବନେଶ୍ୱର ରେ ୩୦.୨ ଡ଼ିଗ୍ରୀ ତାପମାତ୍ରା ଥିବା ବେଳେ ୯୨ % ଆଦ୍ରତା ରେକର୍ଡ କରାଯାଇଛି।

ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ତାତି କମିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ। ସେହିପରି ୧୮ ଯାଏଁ କିଛି-କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ ରୁ ୭ ଡ଼ିଗ୍ରୀ ଅଧିକ ରେକର୍ଡ ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.