ଭୋପାଳ: କମଳନାଥ ସରକାରର ପତନ ପରେ ଶନିବାର କଂଗ୍ରେସର ୨୨ ବିଦ୍ରୋହୀ ବିଧାୟକ ବିଜେପିରେ ମିଶିଛନ୍ତି । ବାଙ୍ଗାଲୋରରୁ ସମସ୍ତ ବିଧାୟକ ଦିଲ୍ଲୀରେ ପହଂଚିଥିଲେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କୈଳାସ ବିଜୟବର୍ଗିୀ, ନରେନ୍ଦ୍ର ସିଂ ତୋମାର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉପରୋକ୍ତ ବିଧାୟକମାନେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ ।
ଏଥିରେ ୧୮ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନ ଥିବା ବେଳେ ଅନ୍ୟମାନେ କଂଗ୍ରେସ ସରକାର ଉପରେ ଅସନ୍ତୁଷ୍ଟ ଥିଲେ । ଉପରୋକ୍ତ ବିଧାୟକମାନଙ୍କ ଇସ୍ତଫା ଯୋଗୁ କମଳନାଥ ସରକାରଙ୍କ ପତନ ଘଟିଥିଲା ।
Comments are closed.