Latest Odisha News

BREAKING NEWS

ସଡକ ଦୁର୍ଘଟଣାରେ ୨୨ ବର୍ଷୀୟ ଅଭିନେତା ମୃତ, ଅଡିସନ ପାଇଁ ଯାଉଥିଲେ… 

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ୨୨ ବର୍ଷୀୟ ଅଭିନେତାଙ୍କ ମୃତ୍ୟୁ। ଅମନ ଜୟସୱାଲ ଖୁବ୍ କମ୍ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି।

ଟିଭି ଶୋ’ ‘ଧରତିପୁତ୍ର ନନ୍ଦିନୀ’ରେ ତାଙ୍କ ଭୂମିକା ପାଇଁ ଲୋକପ୍ରିୟ ହୋଇପାରିଥିଲେ ଅମନ ଜୟସୱାଲ।

ସୂଚନା ଅନୁଯାୟୀ, ଯୋଗେଶ୍ୱରୀ ହାଇୱେରେ ଅଭିନେତା ବାଇକରେ ଯାଉଥିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା। ଯାହାପରେ ଅମନଙ୍କୁ ତୁରନ୍ତ କାମା ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅମନଙ୍କ ବନ୍ଧୁ ଅଭିନେଶ ମିଶ୍ର ନିଜେ ତାଙ୍କ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏଥିସହ ଏକ ଭାବବିହ୍ୱଳ ନୋଟ୍ ମଧ୍ୟ ଲେଖିଥିଲେ। ସେହିପରି ରାଇଟର ଧୀରଜ ମିଶ୍ରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଅମନ ଅଡିସନ ପାଇଁ ଯାଉଥିଲେ। ଯୋଗେଶ୍ୱରୀ ହାଇୱେରେ ତାଙ୍କ ବାଇକକୁ ଏକ ଟ୍ରକ ଧକ୍କା ଦେଇଥିଲା। ଆଉ ଉକ୍ତ ସଡକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି।

ଉତ୍ତରପ୍ରଦେଶର ବଲିଆରେ ଅମନଙ୍କ ଘର। ସେ ନିଜ କ୍ୟାରିଅର ମଡେଲିଂରୁ ଆରମ୍ଭ କରିଥିଲେ। ପରେ ପରେ ହିନ୍ଦୀ ଟେଲିଭିଜନ ଜଗତରେ ପାଦ ଥାପିଥିଲେ। ସେ ଟିଭି ଶୋ ‘ପୁଣ୍ୟଶ୍ଳୋକ ଅହଲ୍ୟାବାଇ’ରେ ମଧ୍ୟ କାମ କରିଛନ୍ତି। ଏହି ଶୋ ୨୦୨୧ରୁ ୨୦୨୩ ଯାଏଁ ଚାଲିଥିଲା। ଏହାବ୍ୟତୀତ ସେ ‘ଉଡାରିୟା’ରେ ମଧ୍ଯ ନଜର ଆସିଥିଲେ।

Comments are closed.