Latest Odisha News

ସିକିମରେ ବାଦଲଫଟା ବର୍ଷା ଯୋଗୁଁ ବଡଧରଣର ବନ୍ୟା : ଭାସିଗଲେ ୨୩ ଯବାନ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ : ସିକିମରେ ବାଦଲଫଟା ବର୍ଷା ଯୋଗୁଁ ବଡ ଅଘଟଣ ସାମ୍ନାକୁ ଆସିଛି  । ଉତ୍ତର ସିକ୍କିମର ଲାଚେନ୍ ଘାଟି ତୀସ୍ତା ନଦୀରେ ବଡ଼ଧରଣର ବନ୍ୟା ସୃଷ୍ଟି ହୋଇଛି  । ଫଳରେ ବନ୍ୟା ପାଣି ରେ ଫାସିଯାଇ ୨୩ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି । କେବଳ ଯବାନ ନୁହଁନ୍ତି , ବହୁ ସଂଖ୍ୟାରେ ଗାଡି ମଟର ମଧ୍ୟ ଭାସିଯାଇଛି । କିଛି ସାମରିକ କ୍ୟାମ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି  । ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ଛାଡିବା ପରେ ହଠାତ୍ ଜଳସ୍ତର ୧୫ରୁ ୨୦ ଫୁଟ ଉଚ୍ଚକୁ ବୃଦ୍ଧି ପାଇଥିଲା ।

ଏଥିଯୋଗୁଁ ସିଙ୍ଗଟମ ନିକଟ ବରଦାଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡି ଗୁଡିକ ଭାସିଯାଇଥିଲା  । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ  ପ୍ରେମ ସିଂ ତମାଙ୍ଗ ସିଙ୍ଗଟାମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି  ।  ସେପଟେ ବିଜେପି ନେତା ଉଜୈନ୍ ତେସରିଂ ଗ୍ୟାଷ୍ଟୋ ଭୁଟିଆ କହିଛନ୍ତି ବନ୍ୟାରେ କୌଣସି ଜୀବନହାନୀ ର ଖବର ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିନି  । କିନ୍ତୁ  ସିଙ୍ଗଟାମରେ ବହୁ ସମ୍ପତ୍ତି ନଷ୍ଟ ହୋଇଯାଇଛି।  କିଛି ଲୋକ ନିଖୋଜ ଥିବା ମଧ୍ୟ ସୂଚନା ରହିଛି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି ।

Comments are closed.