Latest Odisha News

BREAKING NEWS

୨୩ ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଚେନ୍ନାଇ: ଅନ୍ତର୍ଜାତୀୟ ସୀମାରେ ବେଆଇନ ଭାବେ ମାଛ ଧରୁଥିବା ଅଭିଯୋଗରେ ୨୩ ଭାରତୀୟ ମତ୍ସ୍ୟଜୀବୀ ଗିରଫ। ୨୩ ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଶ୍ରୀଲଙ୍କା ନୌସେନା। ଏଥିସହ ୨ଟି ପାଓ୍ବାରବୋଟକୁ ମଧ୍ୟ ଅଟକ ରଖିଛି । ସମସ୍ତ ମତ୍ସ୍ୟଜୀବୀ ରାମନାଥପୁରମ୍ ଜିଲ୍ଲାର ରାମେଶ୍ବରମ୍ ଉପକୂଳରୁ ମାଛ ଧରିବାକୁ ଯାଇଥିଲେ।

ଭାରତ ଓ ଉତ୍ତର ଶ୍ରୀଲଙ୍କା କଙ୍ଗେସାନ ସମୁଦ୍ର ସୀମା ନିକଟରେ ମାଛ ଧରୁଥିଲେ। ଏହି ସମୟରେ ଶ୍ରୀଲଙ୍କା ନୈସେନା ପାଟ୍ରୋଲିଂ କରୁଥିଲା। ମାଛ ଧରୁଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା । ପରେ ସେମାନଙ୍କୁ ଜାଫନା ଜିଲ୍ଲା ସ୍ଥିତ ଫିସିଂ ଡିଭିଜନ ଓ ରିଜର୍ଟ ହବ୍ କଙ୍କେସାନଥୁରାଇ ନାଭି କ୍ୟାମ୍ପକୁ ନେଇ ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।

ତେବେ ସେମାନେ ନିର୍ଦ୍ଧାରିତ ଜଳସୀମା ଓ ରାଜ୍ୟ ଫିସିଂ ବିଭାଗ ଦେଇଥିବା ସାମୁଦ୍ରିକ ଦୂରତା ଅନୁମତି ମଧ୍ୟରେ ରହି ମାଛ ଧରୁଥିବା ବେଳେ ଶ୍ରୀଲଙ୍କା ନୌସେନା ବାରମ୍ବାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ରାମେଶ୍ୱରର ଅନ୍ୟ ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଗତବର୍ଷ ଡିସେମ୍ୱର ୧୦ତାରିଖରେ ୨୫ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା ଶ୍ରୀଲଙ୍କା ନୌସେନା । ଏବେ ବି ଶ୍ରୀଲଙ୍କା ଜେଲ୍‌ରେ ବହୁସଂଖ୍ୟାରେ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀ ଜୀବନ କାଟୁଛନ୍ତି।

Leave A Reply

Your email address will not be published.