Latest Odisha News

BREAKING NEWS

୧୫୦ ଥର ଖାରଜ ହେବା ପରେ ୬୪୦୦୦ କୋଟି ଟଙ୍କାର କମ୍ପାନୀ ଛିଡ଼ା କଲେ ଏହି ଯୁବକ, ଜାଣନ୍ତୁ ତାଙ୍କର ସଫଳତାର ଯାତ୍ରା

ନୂଆଦିଲ୍ଲୀ: ସଂଘର୍ଷରେ ରହିଛି ସଫଳତାର ରହସ୍ୟ। ଏହା କହିବା ଅତ୍ୟନ୍ତ ସହଜ, କିନ୍ତୁ ଏହାକୁ ପ୍ରମାଣ କରିବାକୁ ତମାମ ଜୀବନ ଲାଗିଯାଇଥାଏ। ହର୍ଷ ଜୈନଙ୍କ ସହ ସମାନ ଘଟଣା ଘଟିଥିଲା। ସେ ଏକ ଧାରଣା ଉପରେ ଆଧାର କରି ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରିଥିଲେ, କିନ୍ତୁ ଏହାକୁ ଆରମ୍ଭ କରିବା ପାଇଁ ଅର୍ଥ ନଥିଲା। ଟଙ୍କା ଉଠାଇବା ପାଇଁ ହର୍ଷ ଅନେକ ଉପାୟକୁ ଆପଣାଇଥିଲେ। ସେ ୧୦ କି ୨୦ ଥର ନୁହେଁ, ୧୫୦ ଉଦ୍ୟୋଗପତିଙ୍କ ନିକଟକୁ ଯାଇ ନିଜର ବ୍ୟବସାୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କିନ୍ତୁ ତାଙ୍କୁ ଆର୍ଥିକ ସହାୟତା ଦେବାକୁ ମନା କରିଦେଇଥିଲେ।

ହର୍ଷ ଜୈନଙ୍କ ସଫଳତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ୧୫୦ ଥର ପ୍ରତ୍ୟାଖ୍ୟାନ କରାଯିବା ସତ୍ତ୍ୱେ ସେ ନିଜ ପ୍ରୟାସ କରିବା ଛାଡି ନାହାଁନ୍ତି। ଲଗାତାର ପ୍ରୟାସ କରିବା ସେ ଜଣେ ନିବେଶକ ପାଇଥିଲେ। ହର୍ଷଙ୍କ ପ୍ରୟାସ ବର୍ତ୍ତମାନ ଷ୍ଟାର୍ଟଅପ୍ ଭାବରେ ଲୋକଙ୍କ ସାମ୍ନାରେ ରହିଛି। ହର୍ଷଙ୍କ ସାହସ ଏବଂ ଆତ୍ମବିଶ୍ୱାସ ଫଳପ୍ରଦ ହେଲା। ଆଜି ତାଙ୍କ କମ୍ପାନୀର ବଜାର ମୂଲ୍ୟ ୬୪ ହଜାର କୋଟିରୁ ଅଧିକ ରହିଛି।

କଣ ରହିଥିଲା ହର୍ଷଙ୍କ ବ୍ୟବସାୟିକ ଆଇଡିଆ
ହର୍ଷ କହିଥିଲେ ଯେ ୨୦୧୨ ମସିହାରେ ସେ ଏକ ଫାଣ୍ଟାସି ଗେମର ପରିକଳ୍ପନା କରିଥିଲେ। ଏଥିରେ ଏକ ଆପ୍ ତିଆରି କରିବା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ହର୍ଷ କହିଛନ୍ତି, ଆମେ ଜଣେ କି ଦୁଇ ଜଣ ନୁହନ୍ତି, ବରଂ ୧୫୦ ଜଣଙ୍କ ନିକଟକୁ ଯାଇଥିଲୁ। କିନ୍ତୁ ସମସ୍ତେ ଏହାକୁ ଖାରଜ କରିଦେଇଥିଲେ। ପରିଶେଷରେ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜଣେ ନିବେଷକ ଆଗେଇ ଆସିଥିଲେ। ଡ୍ରିମ୍ ୧୧ ନାମକ ଆପ ତାଙ୍କର ଗେମିଂ ଆପ୍ ଆଜି ଏକ ବଡ କମ୍ପାନୀରେ ପରିଣତ ହୋଇଛି। ଆଜି ଏହି ଆପରେ କ୍ରିକେଟ୍, ହକି, ଫୁଟବଲ୍ ସହିତ ସମସ୍ତ ପ୍ରକାର ଖେଳ ପାଇଁ ବାଜି ଲଗାଯାଏ।

କିପରି ଆରମ୍ଭ ହୋଇଥିଲା ତାଙ୍କର ଯାତ୍ରା
୨୦୦୮ ମସିହାର କଥା। ଯେତେବେଳେ ଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ଆରମ୍ଭ ହୋଇଥିଲା। ଏହି ସମୟରେ ଡ୍ରିମ ୧୧ର ପରିକଳ୍ପନା କରିଥିଲେ ହର୍ଷ। ନିଜର ସହଯୋଗୀ ଭବିତଙ୍କ ସହିତ ମିଶି ଏହାର ପରିଯୋଜନା ଓ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ତେବେ ପ୍ରାରମ୍ଭିକ ସ୍ତରରେ ତାଙ୍କୁ କେହି ଆର୍ଥିକ ସହାୟତା ଦେଇ ନଥିଲେ। ଫଳରେ ନିଜ ପକେଟରୁ ଅର୍ଥ ବିନିଯୋଗ କରି ଏହି ମୋବାଇଲ ଆପ ଆରମ୍ଭ କରିଥିଲେ। ୨୦୧୪ ମସିହାରେ ଡ୍ରିମ ୧୧ ଆପ ପ୍ରସ୍ତୁତ ହୋଇଥିଲା। ଏହି ବର୍ଷ ହିଁ ୟୁଜରଙ୍କ ସଂଖ୍ୟା ୧୦ ଲକ୍ଷରେ ପହଞ୍ଚିଥିଲା। ୨୦୧୮ ବେଳକୁ ୟୁଜରଙ୍କ ସଂଖ୍ୟା ବୃଦ୍ଧି ପାଇଁ ସାଢେ ଚାରି କୋଟି ଛୁଇଁଥିଲା। କିନ୍ତୁ ବର୍ତ୍ତମାନ ଏହାର ସଂଖ୍ୟା ୨୦ କୋଟିର ଅଧିକ ରହିଥିବା ଜଣାପଡ଼ିଛି।

୨୦୧୯ରେ ୟୁନିକର୍ଣ ହୋଇଥିଲା କମ୍ପାନୀ
ତେବେ ହର୍ଷଙ୍କ ପରିଶ୍ରମ ସଫଳ ହୋଇଥିଲା। ୨୦୧୯ ମସିହାରେ ତାଙ୍କ ଦ୍ୱାରା ନିର୍ମିତ କମ୍ପାନୀ ୟୁନକର୍ଣ୍ଣରେ ପରିଣତ ହୋଇଥିଲା। ଏହାର ସିଧାସଳଖ ଅର୍ଥ ହେଉଛି ତାଙ୍କ କମ୍ପାନୀର ବଜାର ମୂଲ୍ୟ ୧ ଆରବ ଡଲାର ବା ୮୩୦୦ କୋଟି ଟଙ୍କା ଅତିକ୍ରମ କରିଥିଲା। ଏହାର ପରବର୍ତ୍ତ ବର୍ଷରେ ୨୦୨୦ରେ ଡ୍ରିମ ୧୧କୁ ଆଇପିଏଲର ସ୍ପନସରସିପ ମିଳିଯାଇଥିଲା। ବର୍ତ୍ତମାନ ସମୟରେ ଏହି କମ୍ପାନୀ ନିକଟରେ ଭାରତୀୟ ଦଳର ଜର୍ସିର ସ୍ପନସର କରିବାର ଅଧିକାର ରହିଛି। ହର୍ଷ ବର୍ତ୍ତମାନ ମୁମ୍ବାଇର ପେଡାର ରୋଡରେ ୭୨ କୋଟି ଟଙ୍କାର ଏକ ବିଳାସମୟ ଡୁପ୍ଲେକ୍ସରେ ବସବାସ କରୁଛନ୍ତି।

Leave A Reply

Your email address will not be published.