Latest Odisha News

ରାସନକାର୍ଡ ଫେରାଇଲେଣି ୨୩,୧୩୮ ଅଯୋଗ୍ୟ ହିତାଧିକାରୀ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାସନକାର୍ଡ ଫେରାଇଲେଣି ୨୩,୧୩୮ ଅଯୋଗ୍ୟ ହିତାଧିକାରୀ । ଏନେଇ ଗୃହରେ ଉତ୍ତର ରଖି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନର ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ତେବେ ରାସନ କାର୍ଡ ଫେରାଇଥିବା ୨୩୧୩୮ ଜଣ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଅଛନ୍ତି ୮୭୮୪୪ ପରିବାର ।

ମନ୍ତ୍ରୀ ଆହୁରି କହିଛନ୍ତି, ୪ ଲକ୍ଷ ୮ ହଜାର ୧୦୭ ଭୂତ ରାସନ କାର୍ଡକୁ ବାଦ ଦିଆଯାଇଛି । ଏବେ ୯୭, ୫୫, ୪୪୨ ରାସନ କାର୍ଡ ଚାଲୁ ରହିଛି । ସେଥିରେ ୩, ୩୦, ୨୮, ୮୮୦ ହିତାଧିକାରୀ ଅଛନ୍ତି ।

Comments are closed.