Latest Odisha News

ବିଦ୍ୟୁତ ଆଘାତ ଯୋଗୁଁ ୧୦ ବର୍ଷ ମଧ୍ୟରେ ୨୩୯ ଜଣ କର୍ମଚାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଶୁକ୍ରବାର ଦିନ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ୨୦୦୯ ମସିହା ପରଠାରୁ ଅର୍ଥାତ ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ୨୩୯ ଶକ୍ତି ବିଭାଗ କର୍ମଚାରୀଙ୍କ ବିଦ୍ୟୁତ ଆଘାତ ଯୋଗୁଁ ପ୍ରାଣହାନୀ ଘଟିଛି ।

ଗୃହରେ ବିଜେପି ସଦସ୍ୟ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ଏହାବ୍ୟତୀତ ୭୪ଟି ହାତୀ ଏବଂ ୮୮୩ଟି ଗୃହପାଳିତ ପଶୁଙ୍କର ମଧ୍ୟ ଏହି ବିଦ୍ୟୁତାଘାତରେ ପ୍ରାଣହାନୀ ଘଟିଛି ।

ରାଜ୍ୟରେ କାର୍ଯ୍ୟ କରୁଥିବା ୪ଟି ବିଦ୍ୟୁତ ବଣ୍ଟନ କମ୍ପାନୀ ଯଥାକ୍ରମେ ସେସୁ, ୱେସକୋ, ନେସକୋ ଏବଂ ସାଉଥକୋ ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କୁ ତଥା କ୍ଷତି ହୋଇଥିବା ପଶୁସମ୍ପଦ ଲାଗି ୨୨.୬୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.