Latest Odisha News

BREAKING NEWS

ବାହାର ରାଜ୍ୟକୁ ଚାଲାଣ ବେଳେ ୨୪ ଦାଦନ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ

ବଲାଙ୍ଗୀର: ବାହାର ରାଜ୍ୟକୁ ଚାଲାଣ ହେବା ବେଳେ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଦାଦନ ଶ୍ରମିକ ଉଦ୍ଧାର। ତେଲଙ୍ଗାନାକୁ ଚାଲାଣ ପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯିବା ବେଳେ ବାହେରେନ ସିଲେଟ ରାସ୍ତାରେ ପୋଲିସ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ଭିତରେ ୧୦ଜଣ ପୁରୁଷ, ୯ ମହିଳା ଓ ୫ ଶିଶୁ ରହିଛନ୍ତି। ଏପରି ୨୪ ଜଣ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି। ଦଲାଲଙ୍କ ଠାରୁ ଟଙ୍କା ନେଇ ପ୍ରତିଦିନ ଅନେକ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି।

ସୂଚନାନୁସାରେ, ଉଦ୍ଧାର ହୋଇଥିବା ଶ୍ରମିକମାନେ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ଲାଠୋର ଅଞ୍ଚଳ ଏବଂ ବରଗଡର ଗୁଡଭଗା ଅଞ୍ଚଳର ବାସିନ୍ଦା। ଦାଦାନ ଶ୍ରମିକଙ୍କୁ ସେମାନଙ୍କ ଅଞ୍ଚଳରୁ ପ୍ରଲୋଭନ ଦେଖାଇ ତେଲେଙ୍ଗାନା ଚାଲାଣ ପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ନେଉଥିଲା ଦଲାଲ। ମାନବ ଚାଲାଣ ସମ୍ପର୍କରେ ସୂଚନା ପାଇ କଣ୍ଟାବାଞ୍ଜି ପୋଲିସ ଜିଆରପି ସହିତ ରେଳ ଷ୍ଟେସନରେ ଚଢଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଦୁଇ ଦଲାଲ ଗିରଫ କରାଯାଇଛି।

ଶ୍ରମିକମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଦଲାଲମାନେ ଅନ୍ୟ ରାଜ୍ୟକୁ ନେଉଥିବା ଅଭିଯୋଗ ହୋଇଥିଲା। କଣ୍ଟାବାଞ୍ଜି ପୋଲିସ ଏକ ମାମଲା ରୁଜୁ କରି ଆନ୍ତରାଜ୍ୟ ଶ୍ରମିକ ଆଇନରେ ଉଭୟଙ୍କୁ ଗିରଫ କରି ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଥିବା ବେଳେ, ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ କଣ୍ଟାବାଞ୍ଜି ଉପ କାରାଗାରକୁ ପଠାଇ ଦିଆଯାଇଛି। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ନିଜ ଗ୍ରାମକୁ ପଠାଇବା ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଦ୍ୱାରା ବ୍ୟବସ୍ଥା କରାଯାଇଛି।

Comments are closed.