Latest Odisha News

BREAKING NEWS

ଫେବ୍ରୁଆରୀ ୨୭ରେ ଭଦ୍ରକରେ ୨୪ ଘଣ୍ଟିଆ ରେଳ ରୋକ ଡାକରା

ଭଦ୍ରକ: ଅସନ୍ତା ଫେବ୍ରୁଆରୀ ୨୭ରେ ପୀରହାଟଠାରେ ଭଦ୍ରକ ଧାମରା ରେଳପଥରେ ୨୪ ଘଣ୍ଟିଆ ରେଳରୋକ କରାଯିବ । ଧାମରା ପୋର୍ଟ ଦ୍ଵାରା କୋଇଲା ପରିବହନରେ ଜିଲ୍ଲାର ମୂଳ ଅଧିବାସୀଙ୍କୁ ବଞ୍ଚିତ କରାଯାଉଛି । ଏହାକୁ ବିରୋଧ କରି ଆସନ୍ତା ଫେବ୍ରୁଆରୀ ୨୭ରେ ୨୪ ଘଣ୍ଟିଆ ରେଳ ରୋକ୍ ଡାକରା ଦିଆଯାଇଛି । ଜିଲ୍ଲା ଟିପର୍ ଓ ଡମ୍ଫର ସଂଘ ପକ୍ଷରୁ ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ଭଦ୍ରକ ଜିଲ୍ଲାର ବହୁ ଗାଡ଼ି ମାଲିକ ଧାମରା ବନ୍ଦର କମ୍ପାନିରେ କୋଇଲା ପରିବହନରେ ଭଡ଼ା ପାଇବାର ସୁଯୋଗ ପାଉନାହାନ୍ତି । ସେମାନେ ଋଣ କରି ଟ୍ରକ ଆଉ ଟିପର କିଣିଛନ୍ତି କିନ୍ତୁ ଭଡ଼ାରେ ଲଗାଇ ପାରୁନାହାନ୍ତି । ଜିଲ୍ଲାର ମୂଳ ଟ୍ରକ ମାଲିକମାନଙ୍କୁ ଭଡ଼ାର ସୁଯୋଗ ଦିଆଯାଉ ନାହିଁ ବୋଲି ସଂଘର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର କହିଛନ୍ତି ।

ପୂର୍ବରୁ ଏ ସମ୍ପର୍କରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା । ଭଦ୍ରକ ଜିଲ୍ଲାପାଳ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଦୁଇ ମାସ ବିତିଯାଇଥିଲେ ମଧ୍ୟ ଟ୍ରକ୍ ମାଲିକଙ୍କ କୌଣସି ସମସ୍ୟାର ସମାଧାନ କରାଗଲା ନାହିଁ । ତେଣୁ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ଭଦ୍ରକ ଟିପର ଓ ଡମ୍ଫର ସଂଘ ।

Leave A Reply

Your email address will not be published.