Latest Odisha News

BREAKING NEWS

ବିଶାକ୍ତ ଖାଦ୍ୟ ଖାଇ ୨୪ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଡିଡି କଲେଜ ନିକଟସ୍ଥ ଅନ୍ୱେଷା ସରକାରୀ ଛାତ୍ରୀ ନିବାସରେ ଅଭାବନୀୟ ଘଟଣା । ବିଶାକ୍ତ ଖାଦ୍ୟ ଖାଇ ୨୪ ଛାତ୍ରୀ ଅସୁସ୍ଥ । ସମସ୍ତଙ୍କ ବୟସ ୧୦ ରୁ ୧୨ ବର୍ଷ ହୋଇଥିବା ବେଳେ ଏବେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ଭଲଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗତକାଲି ହଷ୍ଟେଲରେ ରନ୍ଧା ହୋଇଥିବା ଭାତ, ଡାଲମା ଖାଇ ବିଦ୍ୟାଳୟକୁ ଯାଇଥିଲେ ସମସ୍ତ ଛାତ୍ରୀ । ହଠାତ୍ ପାର୍ଥନା ସମୟରେ ଉକ୍ତ ଛାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ । ବିଦ୍ୟାଳୟରେ ସେମନଙ୍କର ପ୍ରାଥମିକ ଚିକିତ୍ସ କରିଥିଲେ ବିଦ୍ୟାଳୟ କତୃପକ୍ଷ ମାତ୍ର ସେଥିରେ କୌଣସି ସୁଫଳ ମିଳିପାରିନଥିଲା । ପରିସ୍ଥିତି ଜଟିଳ ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ବିଦ୍ୟାଳୟ କତୃପକ୍ଷ । ଏବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।  ତେବେ ପିଲାମାନଙ୍କର ଏପରି ଅବସ୍ଥାର କାରଣ କଣ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।  ଖାଦ୍ୟରେ କିଛି ବିଷାକ୍ତ ଜିନିଷ ପଡ଼ିଯିବା ନେଇ ଏପରି ହୋଇଛି, ନା ଆଉ କିଛି କାରଣ ଅଛି ସେ ନେଇ ଏବେ ତଦନ୍ତ ଚାଲିଛି ।

Leave A Reply

Your email address will not be published.