Latest Odisha News

BREAKING NEWS

ବିଜେବି କଲେଜକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ, ଜାଣନ୍ତୁ କାହିଁକି

ଭୁବନେଶ୍ଵର: ବିଜେବି ମହାବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ । ୩ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ସଂପାଦନ କରିନଥିବାରୁ ସ୍ପଷ୍ଟୀକରଣ ମାଗିଛି ଉଚ୍ଚଶିକ୍ଷା ବିଭାଗ । ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ବିଭାଗୀୟ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ୨୦୨୨ ଡିସେମ୍ବର ୩୧ ତାରିଖ ଠାରୁ କଲେଜର ସ୍ୱୟଂଶାସିତ ମାନ୍ୟତା ଶେଷ ହୋଇଥିଲେ ମଧ୍ୟ ଏଯାଏଁ ମାନ୍ୟତା ନବୀକରଣ ଲାଗି ପଦକ୍ଷେପ ନିଆଯାଇନି । ସେହିଭଳି ବାରମ୍ବାର ତାଗିଦ ସତ୍ତ୍ୱେ ନାକ ମାନ୍ୟତା କାମବି ଆଗକୁ ବଢୁନି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗଭର୍ଣ୍ଣିଂ ବଡ଼ି ପୁନଃ ଗଠନ ପାଇଁ ବିଭାଗ ବାରମ୍ବାର କଲେଜକୁ ଚିଠି କରୁଥିଲେ ମଧ୍ୟ କଳେଜ ପକ୍ଷରୁ କୈାଣସି ପ୍ରସ୍ତାବ ପ୍ରଦାନ କରାଯାଇନି । ଏନେଇ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ବିଭାଗୀୟ ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ବିଜେବି କଲେଜ ପ୍ରିନ୍ସପାଲ କହିଛନ୍ତି, ନାକ୍ ପାଇଁ କାମ ଚାଲିଛି।  ଆମେ ଏଥିପାଇଁ ଆବେଦନ କରି ସାରିଛୁ। ଏହାର ପ୍ରୋସେସିଂ ଚାଲିଛି। ଏବେ ତାହାର ଛାନଭିନ କରାଯାଉଥିବା ବେଳେ ଏହା ପରେ ସେଥିରେ ଥିବା ତ୍ରୁଟିରେ ସୁଧାର କରାଯିବ । ଏହାପରେ ଫାଇନାଲ୍‌ କପି ଜମା କରାଯିବ ।

 

Leave A Reply

Your email address will not be published.